ସ୍ପେସ୍‌ ଲାଇଫ୍‌


ସ୍ପେସ୍‌ ଷ୍ଟେସନକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ରହିଥାଏ । ଏଠାରେ ମହାକାଶଚାରୀମାନେ କିଭଳି ରହୁଛନ୍ତି, କିଭଳି ଖାଉଛନ୍ତି, କିଭଳି ନିଜର ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି, ତାକୁ ନେଇ ସବୁବେଳେ ସମସ୍ତଙ୍କ ନିକଟରେ ଉତ୍ସୁକତା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ସ୍ପେସ୍‌ ଷ୍ଟେସନରେ ମହାକାଶଚାରୀଙ୍କ ଡେଲି ରୁନିଟ୍‌ ସମ୍ପର୍କରେ ।

ସକାଳ
ସ୍ପେସ୍‌ ଷ୍ଟେସନ୍‌ ସକାଳ ଆମ ମାନଙ୍କ ଭଳି ପୁରା ସାଧାରଣ ନହେଲେ ମଧ୍ୟ ସେତେ କିଛି ଅସାଧାରଣ ନଥାଏ । ନିଜର ସ୍ଲିପ୍‌ ଷ୍ଟେସନରୁ ଉଠିବା ପରେ ତାଙ୍କର ମର୍ଣ୍ଣିଂ ରୁଟିନ୍‌ ଆରମ୍ଭ ହୋଇଯାଏ । ସେମାନେ ମଧ୍ୟ ଆମଭଳି ଦାନ୍ତ ଘଷିବା ସହ ଫ୍ରେସ୍‌ ହୋଇଥାଆନ୍ତି । ହେଲେ ଯେହେତୁ ସେମାନେ ସ୍ପେସରେ ମାଇକ୍ରୋ ଗ୍ରାଭିଟିରେ ରହିଥାଆନ୍ତି ତାହା ତାଙ୍କୁ ଟିକେ ସମସ୍ୟାରେ ପକାଇଥାଏ । ସମସ୍ତ କାର୍ଯ୍ୟକୁ ସାବଧାନତା ସହ କରିବାକୁ ପଡିଥାଏ । ଦାନ୍ତ ଘଷିବା ପାଇଁ ସେମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରକ୍ରିୟାକୁ ଆପଣାଇବାକୁ ପଡିଥାଏ । ବ୍ରସରେ ପେଷ୍ଟ ଲଗାଇବା ପରେ ଏହାକୁ ପାଣିର ଡ୍ରପଲେଟ୍‌ ସାହାଯ୍ୟରେ ଓଦା କରି ଘଷିବାକୁ ହୋଇଥାଏ । ସେହିଭଳି ଏଠାରେ ପୃଥିବୀ ଭଳି ଛେପକୁ ବେସିନ୍‌ କିମ୍ବା ବାହାରେ ପକାଇବାର ସୁବିଧା ନାହିଁ । ଏଠାରେ ଛେପକୁ ଢୋକିବାକୁ ହୋଇଥାଏ ଅଥବା ଟିସୁ ପେପରେ କାଢି ବାହାରକୁ ପକାଇବାକୁ ହୋଇଥାଏ । ପ୍ରତିଦିନ ସକାଳେ ମହାକାଶଚାରୀଙ୍କୁ ଏଭଳି ଭାବେ ଦାନ୍ତ ଘଷିବାକୁ ହୋଇଥାଏ । ଆମେମାନେ ଗାଧୋଇବା ପାଇଁ ପାଣି ବ୍ୟବହାର କରିଥାଉ, ହେଲେ ସେମାନେ ସେମାନଙ୍କୁ ଦିଆଯାଇଥିବା ଏକ ପ୍ରକାରର ମେଡିକେଟେଡ ଜେଲ୍‌ ବ୍ୟବହାର କରି ନିଜକୁ ସଫା କରନ୍ତି । ଖୁବ କମ ପାଣିରେ ସେ ଏହି ଜେଲକୁ ବ୍ୟବହାର କରନ୍ତି । ସେମାନେ ଏଠାରେ ନିଜର ଚୁଟି ସଫା କରିବା ପାଇଁ ଏକ ସ୍ୱତନ୍ତ୍ର ଧରଣର ସାମ୍ପୋ ବ୍ୟବହାର କରନ୍ତି ଯାହାକୁ ଧୋଇବା ପାଇଁ ପାଣିର ଆବଶ୍ୟକତା ନଥାଏ । ପ୍ରଥମେ ପାଣିରେ ମୁଣ୍ଡର ସ୍କାଲ¬କୁ ଅଳ୍ପ ଓଦା କରିନିଅନ୍ତି । ଏହାପରେ ସାମ୍ପୋ ଲଗାଇ ପାନିଆରେ କୁଣ୍ଡାଇଥାଆନ୍ତି । ଏହାପରେ ଏକ ଟାେଓ୍ୱଲ ସାହାଯ୍ୟରେ ସେ ଏହାକୁ ପୋଛି ସଫା କରିଥାଆନ୍ତି । ଏହିପରି ନିଜର ଚୁଟି ସଫା କରିବା ସହ ନିଜର ମର୍ଣ୍ଣିଂ ରୁଟିନ୍‌ ସାରିଥାଆନ୍ତି । ସେମାନଙ୍କ ନିକଟରେ ବିଭିନ୍ନ ପ୍ରକାରର ହାଇଜିନ୍‌ ସାମଗ୍ରୀ ଉପଲବ୍ଧ ରହିଥାଏ । ଯାହାକୁ ବ୍ୟବାହର କରି ସେମାନେ ନିଜକୁ ସଫା ସୁତରା ରଖନ୍ତି ।

ଡ୍ୟୁଟି ରିପୋଟିଂ
ନିଜର ସକାଳର କାର୍ଯ୍ୟ ସାରିବା ପରେ ମହାକାଶ ଚାରୀମାନେ କାର୍ଯ୍ୟରେ ଯୋଗ ଦିଅନ୍ତି । ଏହି ମିଶନ ଗୁଡିକର ଉଦ୍ଦେଶ୍ୟ ଥାଏ ସ୍ପେସରେ ଘଟୁଥିବା ବିଭିନ୍ନ ମହାଜାଗତିକ ଦୃଶ୍ୟ ଓ ଘଟଣା ଉପରେ ଗବେଷଣା କରିବା । ଯେଉଁଥିପାଇଁ ସେମାନଙ୍କୁ ଏଠାରେ ବିଭିନ୍ନ ରିସର୍ଚ୍ଚ କରିବାକୁ ହୋଇଥାଏ । ସେଠାରେ ଥିବା ଓ୍ୱାର୍କ ଷ୍ଟେସନରେ ସେମାନେ ନିଜର କାର୍ଯ୍ୟ କରିଥାଆନ୍ତି । ଏହି ଓ୍ୱାର୍କ ଷ୍ଟେସନ ଗୁଡିକ ସମସ୍ତ ଅତ୍ୟାଧୁନିକ ଉପକରଣ ଦ୍ୱାରା ଭର୍ତ୍ତି ହୋଇଥାଏ । ତେବେ ସେମାନଙ୍କୁ ଏଠାରେ କାମ କରିବା ସମୟରେ ବିଭିନ୍ନ ସମସ୍ୟା ଆସିଥାଏ, ହେଲେ ସେମାନେ ଏହାକୁ ସମାଧାନ କରି ନିଜର କାର୍ଯ୍ୟ ଜାରି ରଖିଥାଆନ୍ତି । ସେମାନେ ସବୁବେଳେ ନିଜର କାର୍ଯ୍ୟରେ ରୁଟିନ୍‌ ମେଣ୍ଟେନ୍‌ କରିଥାଆନ୍ତି । ସେମାନଙ୍କୁ ସବୁବେଳେ ନିଜର ଉପକରଣ ଯେପରି ମେସିନ୍‌, କମ୍ପ୍ୟୁଟର ଆଦିକୁ ଅପଡେଟ୍‌ ରଖିବାକୁ ହୋଇଥାଏ । ସମସ୍ତ ସ୍ଥାନରୁ ଆବର୍ଜନା କାଢି ଓ୍ୱାର୍କ ଷ୍ଟେସନକୁ ସଫା ରଖିବାକୁ ହୋଇଥାଏ । ଏପରି କରିବା ଦ୍ୱାରା ସେମାନେ କାମ କରିବାକୁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିପାରନ୍ତି ।

ଖାଦ୍ୟ
ପୃଥିବୀ ଭଳ ସ୍ପେସ୍‌ ଷ୍ଟେସନରେ ମଧ୍ୟ ସେମାନେ ଖାଦ୍ୟ ଖାଇଥାଆନ୍ତି । ସେମାନଙ୍କ ପାଇଁ ତିନି ଟାଇମର ଖାଇବା ରୁଟିନ୍‌ ରହିଥାଏ ଯଥା ସକାଳର ଜଳଖିଆ, ଦିନବେଳା ଖାଇବା ଏବଂ ରାତିଭୋଜନ । ନାସାର ରିପୋର୍ଟ ହିସାବରେ ଜଣେ ଛୋଟ ମହିଳା ମହାକାଶଚାରୀଙ୍କ ପାଇଁ ଦିନକୁ୧,୯୦୦ କ୍ୟାଲୋରୀ ଦରକାର ପଡୁଥବାବେଳେ ଜଣେ ବଡ ପୁରୁଷ ମହାକାଶଚାରୀଙ୍କ ପାଇଁ ୩୨୦୦ କ୍ୟାଲୋରୀର ଖାଦ୍ୟ ଦରକାର ପଡିଥାଏ । ତେବେ ଏଠାକୁ ପଠାଯାଉଥିବା ସମସ୍ତ ଖାଦ୍ୟକୁ ପୃଥିବୀରେ ରନ୍ଧାଯାଇ ଏହାପରେ ସେମାନଙ୍କ ପାଖକୁ ପଠାଯାଇଥାଏ । ଏଥିରେ ସମସ୍ତ ପ୍ରକାର ଖାଦ୍ୟ ସାମିଲ ଥାଏ ।

ଏକ୍ସରସାଇଜ୍‌
ପୃଥିବୀ ଭଳି ସ୍ପେସ୍‌ ଷ୍ଟେସନ୍‌ରେ ମଧ୍ୟ ଫିଟ୍‌ନେସ୍‌ ପାଇଁ ସେମାନେ ବ୍ୟାୟାମ କରିଥାଆନ୍ତି । ସେମାନେ ପାଖାପାଖି ଦିନକୁ ୨ଘଣ୍ଟା ଏକ୍ସରସାଇଜ୍‌ କରିଥାଆନ୍ତି । ଏହା ସେମାନଙ୍କୁ ମାଇକ୍ରୋଗ୍ରାଭିଟିରେ ରହିବା ସମୟରେ ସାହାଯ୍ୟ କରିଥାଏ । ସେମାନେ ଏଠାରେ ଟ୍ରେଡମିଲ୍‌ର ବ୍ୟବହାର ମଧ୍ୟ କରିଥାଆନ୍ତି । ସେହିଭଳି ଅନ୍ୟ ଉପକରଣ ମଧ୍ୟ ରହିଛି ଯାହା ଜିମରେ ଥାଏ । ଏଠାରେ ବିଭିନ୍ନ ୱେଟଲିଫ୍ଟିଂ ଉପକରଣ ରହିଥାଏ ଯାହାକୁ ମହାକାଶଚାରୀ ବ୍ୟବାହର କରନ୍ତି । ଏଠାରେ ୱେଟଲିଫ୍ଟିଂ ଏକ୍ସରସାଇଜ୍‌ କରିବା ବେଶ ସହଜ ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ପୃଥିବୀରେ ଯେତିକି ପୁସଅପ୍‌ କିମ୍ବା ଯେତିକି ୱେଟ ଉଠାଇ ପାରିବ ଏଠାରେ ତା ଠାରୁ ଢେର ଗୁଣା ଅଧିକ ୱେଟଲିଫ୍ଟିଂ କରିପାରିବ ।

ରାତି ଶୋଇବା
ଦିନରେ କାମ କରିବା ପରେ ରାତିରେ ଶୋଇବା ସବୁଠାରୁ ଶାନ୍ତି ହୋଇଥାଏ । ସେହିଭଳି ସ୍ପେସରେ ମଧ୍ୟ ସମାନ କଥା, ଏଠାରେ ମଧ୍ୟ ସେମାନେ ରାତିରେ ଶୋଇବାକୁ ଖୁବ ଭଲ ପାଇଥାଆନ୍ତି । ଏହାସହ ସେମାନଙ୍କ ଆରାମ କରିବାର ଆବଶ୍ୟକତା ମଧ୍ୟ ରହିଥାଏ । ଏଠାରେ ସ୍ଲିପିଂ ବ୍ୟାଗ୍‌ ଗୁଡିକୁ କାନ୍ଥ ସହ ଆଟାଚ କରି ରଖାଯାଇଥାଏ । ଯାହାଫଳରେ ମହାକାଶଚାରୀ ଶୋଇବା ସମୟରେ ସୁରକ୍ଷିତ ରହିବେ । ପ୍ରତେକ ମେସିନର ଶେଷରେ ସେମାନଙ୍କୁ ୮ ଘଣ୍ଟା ଶୋଇବାକୁ ହୋଇଥାଏ ।

Launching Ceremony of “AYUSHMAN BHARAT

Comments are closed.