କ୍ଲାଇମେଟ୍‌ କଣ୍ଟ୍ରୋଲ୍‌


ଆଜିକାଲି ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତର ସମସ୍ୟାଭାବେ ଉଭା ହୋଇଛି । ଏହାକୁ ନେଇ ବିଭିନ୍ନ ଦେଶ ଭିନ୍ନଭିନ୍ନ ପନ୍ଥା ଆପଣାଇଥାଆନ୍ତି । ତେବେ ବର୍ତ୍ତମାନ ଏଆଇର ବ୍ୟବହାର କରି ବିଶ୍ୱତାପମାନକୁ ଠିକ୍‌ କରିବା ପାଇଁ ନୂଆନୂଆ ଜ୍ଞାନକୌଶଳର ଉଦ୍ଭୁାବନ କରାଯାଉଛି ।

ପାଖାପାଖି ୧୦୦ ବର୍ଷ ହେବ ବିଶ୍ୱର ବିଭିନ୍ନ ସ୍ଥାନର ତାପମାତ୍ରାକୁ ବୈଜ୍ଞାନିକମାନେ ଟ୍ରାକ୍‌ କରିବାରେ ଲାଗିଛନ୍ତି । ଏହି ଗବେଷଣା ଅନୁସାରେ ପ୍ରତିସମୟରେ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ୧୯୩୦ ମସିହାରୁ ୱେଦର ବଲୁନ୍‌ ସାହାଯ୍ୟରେ ତାପମାତ୍ରା ରେକର୍ଡ କରାଯାଉଛି । ସେହିଭଳି ୧୯୭୦ରୁ ସାଟେଲାଇଟ୍‌ ଦ୍ୱାରା ଏହି ତାପମାତ୍ରା ରେକର୍ଡ କରାଯାଉଛି । ଏହି ଗବେଷଣାରେ ତାପମାତ୍ରା ବଢିବାର ପ୍ରମୁଖ କାରଣ ଭାବେ ଗ୍ରୀନହାଉସ ଗ୍ୟାସକୁ ଦାୟୀ କରାଯାଇଛି । ସେହିଭଳି ପ୍ରତିବର୍ଷ ପୃଥିବୀରେ କାର୍ବୋନ ଡାଇଅକ୍ସାଇଡ୍‌ର ପରିମାଣ ମଧ୍ୟ ବଢିବାରେ ଲାଗିଛି, ଯେଉଁକାରଣରୁ ତାପମାତ୍ରାରେ ବୃଦ୍ଧି ଘଟୁଛି । ତେବେ ଏହି କ୍ଲାଇମେଟ ଚେଞ୍ଜ ପାଇଁ ବିଭିନ୍ନ ପ୍ରକାର କାରଣ ରହୁଛି । ଏଥିରେ ପ୍ରମୁଖ କାରଣ ହେଲା ଗ୍ରୀନ ହାଉସ୍‌ ଇଫେକ୍ଟ । ପୃଥିବୀରେ ଗ୍ରୀନ ହାଉସ ଗ୍ୟାସ ଯେତେ ପରିମାଣରେ ନିର୍ଗତ ହେବ ସେତେ ତାପମାତ୍ରା ବଢିବ । ଗ୍ରୀନ ହାଉସ ଗ୍ୟାସ ମୁଖ୍ୟତ ଜୀବାଶ୍ମ ଦହନ ଯେପରି କୋଇଲା, ତେଲ ଓ ପେଟ୍ରୋଲରୁ ନିର୍ଗତ ହୋଇଥାଏ । କେବଳ ଏତିକି ନୁହେଁ ଆମ ଦେନନ୍ଦିନ ଜୀବନରେ ମଧ୍ୟ ବିଭିନ୍ନ ବୈଦୁତିକ ଉପକରଣ ବ୍ୟବହାରରୁ ଗ୍ରୀନହାଉସ ଗ୍ୟାସ ନିର୍ଗତ ହୋଇଥାଏ । ତେଣୁ ବିଶ୍ୱତାପମାନକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଥମେ ଆମକୁ ଗ୍ରୀନ ହାଉସ ଗ୍ୟାସକୁ ନିୟନ୍ତ୍ରଣ କରିବାର ଅଛି । ତାପମାତ୍ରା ବଢିବାର ଆଉ ଏକ କାରଣ ହେଲା ଜଙ୍ଗଲକ୍ଷୟ । ଆଜିକାଲି ସବୁ ସ୍ଥାନରେ ଉଦ୍ଭୁିଦ ଥିବା ଜଙ୍ଗଲ ବଦଳରେ କଙ୍କ୍ରିଟର ଜଙ୍ଗଲ ବଢିବାରେ ଲାଗିଛି । ଯେଉଁକାରଣରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାର ସିଧା ସଳଖ ପ୍ରଭାବ ତାପମାତ୍ରା ବୃଦ୍ଧି ଉପରେ ପଡୁଛି । ଯେଉଁ କାରଣରୁ ବର୍ତ୍ତମାନ ଅନେକ ଦେଶରେ ତାପମାତ୍ରା ବଢିବାରେ ଲାଗିଛି ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ
କ୍ଲାଇମେଟ୍‌ ଚେଞ୍ଜର ସବୁଠାରୁ ଅଧିକ ପ୍ରଭାବ ଆମ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତାପମାତ୍ରା ବଢିବା ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଅତ୍ୟଧୀକ ତାପମାତ୍ରା ଓ ପ୍ରଦୂଷଣ ଫଳରେ ଅନେକ ସମସ୍ୟା ଯେପରି ଆସ୍ଥମା, ରେନାଲ ଫେଲୁୟର, ବ୍ରେନ୍‌ ଷ୍ଟ୍ରୋକ, ହିଟ୍‌ ଷ୍ଟ୍ରୋକ, ହିଟ୍‌ ବର୍ଣ୍ଣ, ବିଭିନ୍ନ ସ୍କିନ୍‌ ଆଲର୍ଜି ଆଦି ଦେଖିବାକୁ ମିଳିଥାଏ । ସେହିଭଳି ଅତ୍ୟଧୀକ ତାପମାତ୍ରା କାରଣରୁ ବନାଗ୍ନୀ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ତାପମାତ୍ରାରେ ବୃଦ୍ଧି ଜଙ୍ଗଲ ନିଆଁକୁ ମଧ୍ୟ ବଢାଉଛି । ଅନେକ ପଶୁପକ୍ଷୀଙ୍କ ଜୀବନ ହାନି ହେଉଥିବାବେଳେ ଅନେକ ଗଛ ପୋଡି ନଷ୍ଟ ହେଉଛି । ଏହି ବନାଗ୍ନୀ ପୁଣି ତାପମାତ୍ରା ବଢିବାର କାରଣ ସାଜୁଛି । ଏହା ଯେପରି ଏକ ସାଇକେଲରେ ପରିଣତ ହୋଇଛି । ତେବେ ଏହି ବନାଗ୍ନି କାରଣରୁ ତାପମାତ୍ରାରେ ଧୂଆଁର ମାତ୍ରା ବଢୁଛି, ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଉଛି ।

ଟୋକ୍ନୋଲୋଜିର ବ୍ୟବହାର
ଆଜିକାଲି ମଣିଷ ନିଜର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛି । ଏଆଇର ବ୍ୟବହାରରେ ନିଜର ଅନେକ ସମସ୍ୟାର ସମାଧାନ କରୁଛି । ସେଥିରେ ସମାଜର ବିଭିନ୍ନ ଗୁରୁତର ସମସ୍ୟା ମଧ୍ୟ ସାମିଲ ରହିଛି । ଏହି ତାଲିକା ଅନେକ ଲମ୍ବା ଥିବାବେଳେ ଏଥିରେ ଜଳବାୟୁ ପରିବର୍ତ୍ତନ ଆଗରେ ରହିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ସମସ୍ୟାକୁ ସମାଧାନ କରିବାକୁ ବିଭିନ୍ନ ଦେଶ ଭିନ୍ନଭିନ୍ନ ପନ୍ଥା ଆପଣାଇଥାଆନ୍ତି । ଏଥିରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ସାମିଲ ରହିଛି । ଏଥିର ସେମାନେ ବାୟୁ ମଣ୍ଡଳକୁ କିଭଳି ଥଣ୍ଡା କରିହେବ ସେ ନେଇ ସେମାନେ ବିଭିନ୍ନ ନୂତନ ପନ୍ଥାକୁ ଆପଣାଉଛନ୍ତି । କେଉଁଠି ଜ୍ଞାନକୌଶଳକୁ ବ୍ୟବହାର କରି କୁତ୍ରିମ ବର୍ଷ କରାହେଉଛି ତ ଅନ୍ୟ କେଉଁଠି ଆର୍ଟିଫିସିଆଲ ଥଣ୍ଡା ସୃଷ୍ଟି କରାଯାଉଛି ।

Launching Ceremony of “AYUSHMAN BHARAT

Comments are closed.