ଅନେକ ସମୟରେ ବିଭିନ୍ନ କାରଣରୁ ଆମର କେଶ ଝଡିବାରେ ଲାଗିଥାଏ । ସେହିଭଳି ଏକ ରୋଗ ହେଲା ଆଣ୍ଡ୍ରୋଜେନେଟିକ୍ ଆଲୋପେସିଆ, ଯାହା ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ଏହାର ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ଏକ ନୂଆ ସମାଧାନ ମିଳିଛି । ସ୍ପେନ୍ର କିଛି ବୈଜ୍ଞାନିକ ଏକ ନୂଆ ଚିକିତ୍ସାର ଉଦ୍ଭୁାବନ କରିଛନ୍ତି । ଏହି ଚିକିତ୍ସାକୁ ସେମାନେ ମୂଷାଙ୍କ ଉପରେ ପରୀକ୍ଷା ମଧ୍ୟ କରିଛନ୍ତି । ଏହି ପରୀକ୍ଷଣ ସଫଳ ହୋଇଥିବା ଜଣା ପଡିଛି । ସମସ୍ତ ମୂଷାଙ୍କର ଚୁଟି ପୁଣିଥରେ ଉଠିବାକୁ ଲାଗିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ପାଖାପାଖି ୯୦ ପ୍ରତିଶତ ମୂଷାଙ୍କ କ୍ଷେତ୍ରରେ କେଶ ପୁଣିଥିରେ ଉଠୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏହା ମଣିଷଙ୍କ କ୍ଷେତ୍ରରେ ମଧ୍ୟ ଖୁବ ଭଲଭାବେ କାମ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।

Comments are closed.