ହଓ୍ୱାଇ ଜଙ୍ଗଲରେ ଡ୍ରୋନ୍ ସାହାଯ୍ୟରେ ମଶା ବର୍ଷା କରାଯାଉଥିବା ଜଣା ପଡିଛି । ଏଭଳି ଏକ ବିରଳ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପଛରେ ଖୁବ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଏହି ଆଇଲାଣ୍ଡରେ ଥିବା ହନିକ୍ରିପରର୍ସଙ୍କୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ ଏହି ଜଙ୍ଗଲରେ ଥିବା ପକ୍ଷୀଙ୍କୁ ବର୍ତ୍ତମାନ ମେଲେରିଆ ରୋଗ ହେଉଥିବା ସୂଚନା ମିଳୁଛି । ଯାହା ସେମାନଙ୍କ ପାଇଁ ଘାତକ ସାଜୁଥିବା ଜଣାପଡିଛି । ଏହି ଜଙ୍ଗଲରେ ଅତ୍ୟଧୀକ ପରିମାଣରେ ଇନ୍ଭାସିଭ୍ ମଶା ବାସ କରୁଛନ୍ତି ଯେଉଁମାନେ କାମୁଡିବା ଫଳରେ ଏହି ପକ୍ଷୀଙ୍କୁ ଏଭିଏନ୍ ମଲାରିଆ ହେଉଥିବା ଜଣା ପଡିଛି । ଏହି ରୋଗ କାରଣରୁ ପକ୍ଷୀମାନଙ୍କର ଜୀବନ ମଧ୍ୟ ଯାଉଥିବା ଜଣା ପଡିଛି । ତେଣୁ ବୈଜ୍ଞାନିକମାନେ ଏହ ମଶାଙ୍କୁ ରୋକିବାକୁ ଏକ ପ୍ରକାର ନୂତନ ଉପାୟ ଆପଣାଇଛନ୍ତି । ସେମାନେ ଡ୍ରୋନ ସାହାଯ୍ୟରେ ଏକ ଅଣ୍ଡିରା ମଶାଙ୍କୁ ଏହି ଜଙ୍ଗଲରେ ଛାଡୁଛନ୍ତି, ଯେଉଁମାନଙ୍କୁ ଲାବ୍ରେ ପ୍ରସ୍ତୁତ କରାଯାଇଛି । ଏହି ମଶା ଗୁଡିଙ୍କୁ ଏଭଳି ପ୍ରସ୍ତୁତ କରାଯାଇଛି, ଯେଉଁମାନେ କେବେ ବି କାମୁଡିବେ ନାହିଁ । ସେହିଭଳି ଏହି ମଶାଙ୍କ ସାହାଯ୍ୟରେ ଏକ ବ୍ୟାକେଫରିଆ ଷ୍ଟ୍ରେନ୍ ପଠାଯାଇଛି ଯାହା ସମ୍ପୃକ୍ତ ମଶାଙ୍କୁ ମାରିବାରେ ସହାୟକ ହେଉଛି । କ୍ରମାଗତ ଭାବେ ଏଭଳି କରିବା ଫଳରେ ଏହି ପକ୍ଷୀଙ୍କୁ ବଞ୍ଚାଇହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

Comments are closed.