ଏସିଆର ଏକ ବଡ ଚିଡିଆଖାନା ଭାବେ ନନ୍ଦନ କାନନ ପରିଚିତ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଅବସ୍ଥିତ । ଏହା ମୋଟ ୪୦୦ ହେକଫର ଜମିରେ ନିର୍ମାଣ କରାଯାଇଛି । ଏହି ଅଞ୍ଚଳରେ ଚିଡିଆଖାନା ଓ ବଟାନିକାଲ ଗାର୍ଡେନ ରହିଛି । ୧୯୬୦ ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା । ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା । ଏହା ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏଠାରେ ଥିବା ବାଘ ସାରା ବିଶ୍ୱର ବିରଳ । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭୁିଦ ଉଦ୍ୟାନ । ଚିଡିଆଖାନା ଭିତରେ ଜୀବଜନ୍ତୁ ରହୁଥିବାବେଳେ ବଟାନିକାଲ ଗାର୍ଡେନରେ ଉଦ୍ଭୁିଦ ଉଦ୍ୟାନ ରହିଛି । ଏକ ରିପୋର୍ଟ ଅନୁଯାୟୀ ନନ୍ଦନକାନନକୁ ପ୍ରତିବର୍ଷ ୩୩ଲକ୍ଷ ଲୋକ ବୁଲିବାକୁ ଆସନ୍ତି ।
ସୂଚନା ଅନୁସାରେ ୧୯୬୦ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କୃଷି ମେଳାର ଓଡ଼ିଶା ଷ୍ଟଲରେ କିଛି ଦୁର୍ଲଭ ଗଛ ଓ ବଣ୍ୟଜନ୍ତୁଙ୍କୁ ସାମିଲ କରିବାକୁ ନିଷ୍ପତି ନିଆଯାଇଥିଲା । ଏଥିନିମନ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କିଛି ବଣ୍ୟଜନ୍ତୁଙ୍କୁ ଏକାଠି କରି ଦିଲ୍ଲୀ ନିଆଯାଇଥିଲା । ଦିଲ୍ଲୀ ଯାଇଥିବା ଏହି ବଣ୍ୟଜନ୍ତୁମାନେ ଓଡ଼ିଶା ଫେରିବା ପରେ, ସେମାନଙ୍କୁ ରଖିବା ନିମନ୍ତେ ଖଣ୍ଡଗିରିଠାରେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ବଣ୍ୟଜନ୍ତୁମାନଙ୍କୁ ଦେଖିବା ପରେ ଓଡ଼ିଶାରେ ଏକା ଚିଡ଼ିଆଖାନା ପ୍ରତିଷ୍ଠା କରିବାର ପ୍ରକ୍ରିୟା ଆରମ୍ଭ କରାଇଥିଲେ । ପ୍ରଥମେ ଖଣ୍ଡଗିରି ନିକଟସ୍ଥ ଘାଟିକିଆକୁ ଚିଡ଼ିଆଖାନା ନିମନ୍ତେ ବିଚାର କରାଯାଇଥିଲା କିନ୍ତୁ, ଆବଶ୍ୟକ ଜଳର ଅଭାବ ହେତୁ ଏହାକୁ ବାଦ ଦିଆଯାଇ ଚନ୍ଦକା ଜଙ୍ଗଲ ଭିତରେ ଥିବା କାଞ୍ଜିଆ ହ ୍ରଦ ତଟରେ ଥିବା ଜୁଝାଗଡ଼କୁ ବଛାଗଲା । ଏହା ବାରଙ୍ଗ ରେଳ ଷ୍ଟେସନ ନିକରରେ ମଧ୍ୟ ଥିଲା । ଜୁଝାଗଡ଼ରେ ଜୀବ ଉଦ୍ୟାନ ଓ କୃଷ୍ଣସାଗର ଫରେଷ୍ଟ ବ୍ଲକରେ ଉଦ୍ଭୁିଦ ଉଦ୍ୟାନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭୁବନେଶ୍ୱରରୁ ଏକ ସିଧା ରାସ୍ତା ତିଆରି କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କାଞ୍ଜିଆ ହ ୍ରଦକୁ ଉନ୍ନତ କରାଯାଇ ବିଭିନ୍ନ ପ୍ରକାରର ଜଳଜୀବମାନଙ୍କୁ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା । ୧୯୬୩ମସିହାରେ ଉଦ୍ଭୁିଦ ଉଦ୍ୟାନ ଖୋଲାଗଲା । ୧୯୬୪ମସିହାରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ଗୋଟିଏ ବାଘ, ଦୁଇଟି ଆଫ୍ରିକୀୟ ସିଂହ, ଦୁଇଟି ମଗର ଓ ଗୋଟିଏ ପୁମା ଅଣା ଯାଇଥିଲା । ୧୯୮୧ ମସିହାରେ ଏହି ଚିଡ଼ିଆଖାନାକୁ ନନ୍ଦନକାନନ ଜୀବ ଉଦ୍ୟାନ ଭାବରେ ନାମିତ କରାଗଲା । ଏହି ଚିଡିଆଖାନାରେ ଅନେକ ଜୀବ ରହିଛନ୍ତି । ଏଥିରେ ଅନେକ ପ୍ରଜାତିର ସ୍ତନ୍ୟପାୟୀ, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ସରୀସୃପ ରହିଛନ୍ତି । ଏଠାରେ ଥିବା ଧଳା ବାଘ, ମହାବଳ ବାଘ, ଚିତା, କଳାବାଘ ଆଦି ବିରଳ । ଏଠାରେ ଥିବା ବାଘମାନେ ହେଉଛନ୍ତି ନନ୍ଦନକାନନର ମୁଖ୍ୟ ଆକର୍ଷଣ ।
କେବଳ ବାଘ ନୁହେଁ ଏହି ଚିଡିଆଖାନାରେ ଥିବା ସିଂହ, ଚିତାବାଘ, ଭାଲୁ, ଜିରାଫ, ହରିଣ, ନୀଳଗାଈ, ବଣ ବିଲେଇ. ହିେªା ଆଦି ବେଶ୍ ଆକର୍ଷଣୀୟ ହୋଇଥାଆନ୍ତି । ଏଠାରେ ଥିବା ପକ୍ଷୀସଫାରି ଖୁବ ସୁନ୍ଦର ହୋଇଥାଏ, ଯେଉଁଥିରେ ଦେଶୀ ଠାରୁ ଆରମ୍ଭ କରି ବିଦେଶୀ ବିଭିନ୍ନ ପ୍ରକାର ପକ୍ଷୀ ବାସ କରିଥାଆନ୍ତି । ଏଠାରେ ଅନେକ ବିରଳ ବିଦେଶୀ ପକ୍ଷୀ ମଧ୍ୟ ରହିଛନ୍ତି ଯେଉଁଗୁଡିକ ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି । ସେହିଭଳି ଏଠାରେ ବିଭିନ୍ନ ପ୍ରକାରର ସରୀସୃପ ଦେଖିବାକୁ ମିଳିଥାଆନ୍ତି । ନନ୍ଦନର କାନରେ ଥିବା ସିମ୍ପାଞ୍ଜିମାନେ ସବୁ ଦର୍ଶକଙ୍କର ପ୍ରଥମ ପସନ୍ଦ ହୋଇଥାଆନ୍ତି । ସିମ୍ପାଞ୍ଜିଙ୍କ ସହିତ ଏଠାରେ ବିଦେଶୀ ମାଙ୍କଡ ମଧ୍ୟ ଦେଖିବାକୁ ମିଳିଥାଆନ୍ତି । ସେହିଭଳି ରାତ୍ରିଚର ପ୍ରାଣୀଙ୍କର ଏକ ଅଲଗା ଅଞ୍ଚଳ ରହିଛି, ଯେଉଁଠାରେ ବିଭିନ୍ନ ରାତ୍ରିଚରପ୍ରାଣୀ ଯେପରି ବିଭିନ୍ନ ପ୍ରଜାତିର ଓଧ,ପେଚା ଆଦି ସାମିଲ ଅଛନ୍ତି । ସେହିଭଳି ଏଠାରେ ଖୁବ ବଡ ଅଂଶରେ ମାଛ ମାନଙ୍କୁ ସ୍ଥାନ ଦିଆଯାଇଛି । ଏହି ଆକ୍ୱାରିୟମରେ ଅନେକ ମାଛଙ୍କୁ ପର୍ଯ୍ୟଟକମାନେ ଦେଖିବାକୁ ପାଇଥାଆନ୍ତି । ପ୍ରତିବର୍ଷ ନନ୍ଦନ କାନନକୁ ସାରା ବିଶ୍ୱରୁ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି । ସେହିଭଳି ସିଜିନ୍ ଅନୁସାରେ ଏଠାରେ ବେଶି ଭିଡ ଦେଖିବାକୁ ମିଳିଥାଏ । ସବୁଠାରୁ ଅଧିକ ଭିଡ ଏହାର ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥାଏ ।

Comments are closed.