ଅଗଷ୍ଟ ୧୫ ରୁ ଦେଶ ସାରା ନୂଆ ଫାସ ଟ୍ୟାଗ ନିୟମ

ନୂଆଦିଲ୍ଲୀ : ପ୍ରଚଳନ ହେବ ଫାସ ଟ୍ୟାଗ ବ୍ୟବସ୍ଥା । ଅଗଷ୍ଟ ୧୫ ରୁ ଦେଶ ସାରା ନୂଆ ଫାସ ଟ୍ୟାଗ ନିୟମ । ୩୦୦୦ ଟଙ୍କାରେ ବାର୍ଷିକ ପାସ ସୁବିଧା ପାଇହେବ । ବାର୍ଷିକ ୨୦୦ ଟ୍ରିପ ଯାଏଁ ଚଳାଚଳ କରିପାରିବ ଯାନବାହାନ । କାର,ଜିପ,ଭ୍ୟାନ ଭଳି ଛୋଟ ଛୋଟ ଯାନ ଗୁଡିକ ପାସ ପାଇବେ । କେବଳ ଘରୋଇ ଯାନ ଗୁଡିକ ପାଇଁ ଏହି ବ୍ୟବସ୍ଥା ଲାଗୁହେବ । ବର୍ଷକର ଅବଧି ପୂରଣ କିମ୍ବା ୨୦୦ ଟ୍ରିପ ଯେଉଁଟି ଆଗ ଆସିବ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ପାସ ବ୍ୟବସ୍ଥା । ରାଜ ମାର୍ଗ ଯାତ୍ରା ଆପ ଏବଂ ଅଫିସିଆଲ ୱେବସାଇଟରେ ଏ ସମ୍ପର୍କରେ ତଥ୍ୟ ରହିବ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

Govt

Comments are closed.