ଭିଗାନ୍‌ ଲେଦର

ଲେଦର ପ୍ରଚଳନ କାହିଁ କେଉଁ କାଳରୁ ରହିଆସିଛି । ଏହାକୁ ସବୁଠାରୁ ଶକ୍ତିଶାଳୀ ପାରମ୍ପରିକ ମେଟେରିଆଲ ଭାବେ ପରିଗଣିତ କରାଯାଇଥାଏ । ହେଲେ ଏହି ଲେଦର ପଛର କାହାଣୀ ବେଶ କ୍ରୁର, ଏଥିପାଇଁ ଅନେକ ପଶୁଙ୍କର ଜୀବନ ଯାଇଥାଏ । ବର୍ତ୍ତମାନ ଷ୍ଟାଇଲ୍‌ ଓ ଫ୍ୟାଶନ୍‌ରେ ପରିବର୍ତ୍ତନ ଆସିଛି । ଏବେ ସମସ୍ତେ ପଶୁଜାତ ଦ୍ରବ୍ୟ ବ୍ୟବହାର କରିବାରୁ ନିବୃତ୍ତ ରହୁଛନ୍ତି, ତେଣୁ ଲେଦର ସ୍ଥାନ ନେଇଛି ଭିଗାନ୍‌ ଲେଦର । ଭିଗାନ୍‌ ଲେଦରକୁ ଲେଦରର ରିପ୍ଲେସମେଣ୍ଟ ଭାବେ ବ୍ୟବହାର କରାଯାଉଛି । ତେବେ ଏହା ଲେଦର ଠାରୁ କିଛି ବିଶେଷ ଅଲଗା ନୁହେଁ । ଏହା ଦେଖିବାକୁ ଅବିକଳ ଲେଦର ଭଳି ହୋଇଥିବାବେଳେ ଛୁଇଁଲେ ମଧ୍ୟ ଲେଦର ଭଳି ଫିଲ ହୋଇଥାଏ । ଏହାକୁ ବିଭିନ୍ନ ଉଦ୍ଭୁିଦଜାତ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ । ଏହା ବର୍ତ୍ତମାନ ଧୀରେଧୀରେ ମାର୍କେଟରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି । ବିଭିନ୍ନ ଫ୍ୟଶନ୍‌ ବ୍ରାଣ୍ଡ୍‌ ମାନେ ଏହାର ପ୍ରଡକଫ ବିକ୍ରି କରିବାରେ ଲାଗିଛନ୍ତି ।

ଓ୍ୱାକ୍ସଡ କାନଭାସ୍‌
ଏହାକୁ ସାଧାରଣତଃ ବ୍ୟାଗ୍‌ କିମ୍ବା ଜିନ୍ସ ପାଇଁ ବ୍ୟବହାର କରାଯାଇଥାଏ । ଏହି ଓ୍ୱାକ୍ସ ମେଟେରିଆଲ୍ସ ଇକୋ ଫ୍ରେଣ୍ଡ୍‌ଲି ହୋଇଥିବାବେଳେ ଲେଦର ଭଳି କାମ କରିଥାଏ । ଏହା ଓ୍ୱାର୍ଟର ପ୍ରୁଫ୍‌ ଫର୍ମରେ ଆସୁଥିବାବେଳେ ଏହାକୁ ସଫା କରିବା ସୁବିଧା ହୋଇଥାଏ । ଅନେକ ଫ୍ୟାଶନ୍‌ ହାଉସ୍‌ ଏହାକୁ ଲେଦରର ବିକଳ୍ପ ଭାବେ ବ୍ୟବହାର କରିଥାଆନ୍ତି । ଏଥିରୁ ପ୍ରସ୍ତୁତ ପୋଷାକର ଡିମାଣ୍ଡ୍‌ ସବୁବେଳେ ଅଧିକ ରହିଥାଏ ।

ପିନଟେକ୍ସ୍‌
ଏହାର ନାଁ ଭଳି ଏହା ମଧ୍ୟ ବେଶୟୁନିକ୍‌ । ଏହାକୁ ସପୁରୀର ପତ୍ରରୁ ପ୍ରସ୍ତୁତ କରାଯାଉଛି । ଏହାଯେ କେବଳ ଫ୍ୟାଶନରେ ଟ୍ରେଣ୍ଡ୍‌ରେ ରହିଛି ତାହା ନୁହେଁ ଏହା କୃଷକଙ୍କୁ ମଧ୍ୟ ସହାୟତା କରୁଛି । ଯେଉଁଗୁଡିକ ଆବର୍ଜନା ଭାବେ ନଷ୍ଟ କରାଯାଉଥିଲା, ତାହାକୁ ଫ୍ୟଶନ୍‌ରେ ବ୍ୟବହାର କରାଯାଉଛି । ପର୍ତ୍ତୁଗିଜ୍‌ ଲୋକମାନେ ଏହି ଲେଦରର ବହୁଳ ଭାବେ ବ୍ୟବହାର କରନ୍ତି । ସେମାନେ ଏହାକୁ ଜୋତାରେ ବିଶେଷ ଭାବେ ବ୍ୟବହାର କରନ୍ତି । ଏହାରୟୁନିକ୍‌ନେସ୍‌ ପାଇଁ ଏହା ବେଶ ପରିଚିତ ବ୍ରାଣ୍ଡ୍‌ ।

ମୁସ୍କିନ୍‌
ମୁସ୍କିନ୍‌ ଲେଦରକୁ ଛତୁରୁ ପ୍ରସ୍ତୁତ କରାଯାଇଥାଏ । ଏହି ମସରୁମ୍‌ ଲେଦର ବର୍ତ୍ତମାନ ଟ୍ରେଣ୍ଡ୍‌ରେ ରହିଛି । ଏହାକୁ ଏକ ସ୍ୱତନ୍ତ୍ର ଫଙ୍ଗସ୍‌ରୁ ପ୍ରସ୍ତୁତ କରାଯାଇଥାଏ । ଏହି ଫଙ୍ଗସ୍‌କୁ ସ୍ୱତନ୍ତ୍ରଭାବେ ଡିଜାଇନକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଥାଏ । ଏହା ଲେଦରର ଏକ ଇକୋଫ୍ରେଣ୍ଡ୍‌ଲି ଅଲଟରନେଟିଭ୍‌ ଅପସନ ।

ରିସାଇକେଲ ରବର
ରିସାଇକେଲï ରବର ବା ରୋବୁଷ୍ଟ ଲେଦର ସାମଗ୍ରୀ ଏକ ହେଲïି ଲାଇଫ ଷ୍ଟାଇଲର ପରିଚୟ ଦେଇଥାଏ । ବର୍ତ୍ତମାନ ଏଭଳି ଅନେକ ରବରର ସାମଗ୍ରୀ ରହୁଛି, ଯାହାକୁ ଗଛର ରବର ନୁହେଁ ବଂର ରିସାଇକେଲ କରି ପ୍ରସ୍ତୁତ କରାଯାଉଛି । ତେଣୁ ଏହାକୁ ମଧ୍ୟ ବର୍ତ୍ତମାନ ଭିଗାନ୍‌ ଫ୍ୟାଶନ୍‌ରେ ସାମିଲ କରଯାଉଛି ।

ନଡିଆ
ନଡିଆକୁ ବ୍ୟବହାର କରି ମଧ୍ୟ ଇକୋଫ୍ରେଣ୍ଡ୍‌ଲି ଭିଗାନ୍‌ ଲେଦର ପ୍ରସ୍ତୁତ କରାଯାଉଛି । ନଡିଆରେ ଥିବା ଫାଇବରକୁ ବ୍ୟବହାର କରି ଏକ ଲେଦର ପ୍ରସ୍ତୁତ ହୋଇଥାଏ, ଯାହା ନ୍ୟାଚୁରାଲ ଲେଦରକୁ ରିପ୍ଲେସ କରିଥାଏ । ଯାହା ବର୍ତ୍ତମାନ ଫ୍ୟଶନ୍‌ରେ ଟ୍ରେଣ୍ଡ୍‌ରେ ରହିବା ସହିତ ଇକୋଫ୍ରେଣ୍ଡ୍‌ଲି କାରଣରୁ ଲୋକମାନଙ୍କ ପସନ୍ଦ ପାଲଟିଛି ।

Launching Ceremony of “AYUSHMAN BHARAT

Comments are closed.