ନ୍ୟାଚୁରାଲ ଡାଇମଣ୍ଡ୍ର ପ୍ରଥମ ଅବସ୍ଥିତି ଭାରତରେ ମିଳିଥିଲା, ଯାହା ୪ହଜାର ବର୍ଷ ପୂର୍ବେ ଥିଲା । ଅଧିକାଂଶ ନ୍ୟାଚୁରାଲ ଡାଇମଣ୍ଡ୍ ବା ପ୍ରାକୃତିକ ହୀରା ପୃଥିବୀର ଉପର ସ୍ତରରେ ଆଗ୍ନେୟଗିରି ସହାୟତାରେ ପହଞ୍ଚିଥାଏ । ଆଗ୍ନେୟଗିରିର ମାଗମାରେ ହାରୀଗୁଡିକ ସଂରକ୍ଷିତ ଅବସ୍ଥାରେ ପୃଥିବୀର ଉପରିସ୍ତରରେ ପହଞ୍ଚିଥାଏ ଯାହା ଖଣି ଖୋଳା ହେବା ଦ୍ୱାରା ବାହାରକୁ ଆସିଥାଏ । ଏହି ଆଗ୍ନେୟଗିରି ଗୁଡିକ ନଥିଲେ ହୀରା ମିଳିବା ଏକ ପ୍ରକାରର ଅସମ୍ଭବ ହୋଇଥାଆନ୍ତା ବୋଲି ବୈଜ୍ଞାନିକମାନେ ମତ ଦେଇଥାଆନ୍ତି । ପ୍ରଥମେ ଯେତେବେଳେ ହୀରାକୁ ଖୋଜା ଯାଇଥିଲା ଏହା ନିଜର ବିଭିନ୍ନ ସ୍ୱତନ୍ତ୍ରତା ପାଇଁ ସମସ୍ତଙ୍କ ଭିତରେ ଆଦର ପାଇଥିଲା । ପ୍ରଥମରୁ ହୀରାକୁ ଦେବଦେବୀଙ୍କର ଗହଣା ଭାବେ ଗ୍ରହଣ କରାଯାଇଥିଲା, ହେଲେ ବର୍ତ୍ତମାନ ଏହା ଲୋକଙ୍କର ଷ୍ଟାଟସ ଏବଂ ପାଓ୍ୱାରର ସିମ୍ବଲ ପାଲଟିଛି ।
ଡାଇମଣ୍ଡ୍ କଟ୍
ଡାଇମଣ୍ଡ୍ ହେଲା ପୃଥିବୀରେ ମିଳୁଥିବା ସବୁଠାରୁ କଠିନ ବସ୍ତୁ । ତେଣୁ ଏହାର କଟିଙ୍ଗ ଏବଂ ଏହାକୁ ସେପ୍ ଦେବାରେ ଅଧିକ ସମୟ ଲାଗିଥିଲା । ପ୍ରଥମ ଡାଇମଣ୍ଡ କଟିଂ ଟେକନିକ୍ ପ୍ରକ୍ରିୟା ୧୪ତମ ସେଞ୍ଚୁରୀରେ ଆରମ୍ଭ କରାଯାଇଥିଲା । ହେଲେ ଆଜି ଆମେ ହୀରାର ଯେଉଁ ଉନ୍ନତ ମାନର କଟ୍ ଦେଖୁଛେ ତାହାକୁ ବିଂଶ ଶତାବ୍ଦୀରେ ଡେଭେଲପ୍ କରାଯାଇଛି । ଏବେ ମଧ୍ୟ ହୀରାର କଟିଂ ସ୍କିଲ୍ଡ ଆର୍ଟିଷ୍ଟମାନେ କରିଥାଆନ୍ତି ।
ମୂଲ୍ୟ ନିର୍ଦ୍ଧାରଣ
ହୀରା ଯେପରି ସ୍ୱତନ୍ତ୍ର ଏହାର ମୂଲ୍ୟ ନିର୍ଦ୍ଧାରଣ ମଧ୍ୟ ସେତିକି ସ୍ୱତନ୍ତ୍ର ହୋଇଥାଏ । ଏହାର ମୂଲ୍ୟ ତିନୋଟି ପ୍ରକାରରେ ନିର୍ଦ୍ଧାରଣ କରାଯାଇଥାଏ । ହୋଲସେଲ ଲେବଲରେ ଡାଇମଣ୍ଡ ପ୍ରାଇସକୁ ପ୍ରଥମେ ଏହାର ଆକାର ଓ ସାଇଜର ରେଞ୍ଜ (୧.୦୦ କ୍ୟାରଟରୁ ୧.୪୯ କ୍ୟାରଟ)କୁ ଆଧାର କରି ନିର୍ଦ୍ଧାରିତ କରାଯାଇଥାଏ । ଏହାପରେ ଏହାର ରଙ୍ଗ ଓ କ୍ଲାରିଟି ହିସାବରେ ମୂଲ୍ୟ ରଖାଯାଇଥାଏ । ରଙ୍ଗ ଓ କ୍ଲାରିଟିକୁ ଦେଖି ମୂଲ୍ୟ ନିର୍ଦ୍ଧାରଣ କରିବା ପରେ ଏହି ପ୍ରାଇସକୁ ଡାଇମଣ୍ଡର ଓଜନ ସହ ଗୁଣାଯାଇ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ । ଏହି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଉଭୟ ନ୍ୟାଚୁରାଲ ଓ ଲାବ ଡାଇମଣ୍ଡ ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଲାବ ଡାଇମଣ୍ଡର ମୂଲ୍ୟ ନ୍ୟାଚୁରାଲ ଡାଇମଣ୍ଡ ତୁଳନାରେ କମ ରହିଥାଏ ।
ଫ୍ୟାଶନରେ ଲାବ୍ ଡାଇମଣ୍ଡ୍
ଆଜିକାଲି ଯୁବପିଢିଙ୍କର ଲାବ୍ ଡାଇମଣ୍ଡ ପ୍ରଥମ ପସନ୍ଦ ପାଲଟିଛି । ସେମାନେ ଏହାକୁ ନିଜର ଫ୍ୟାଶନ ସହ ଯୋଡିବାରେ ଲାଗିଛନ୍ତି । ଡାଇମଣ୍ଡକୁ ଭଲ ପାଉଥିବା ମଣିଷ ପାଇଁ ଏହା ଏକ ଭଲ ଅପସନ ହୋଇ ଉଭା ହୋଇଛି । ଲାବ ଡାଇମଣ୍ଡକୁ ବ୍ୟବହାର କରି ବିଭିନ୍ନ ଜୁଏଲାରୀ, ଯେପରି ବ୍ରେସଲେଟ୍, ଇୟର ରିଂ, ନେକଲେସ୍ ଆଦି ତିଆରି କରାଯାଉଛି । ଏହାର କଟ୍,କଲର୍ ଏବଂ କ୍ଲାରିଟି ପ୍ରାକୃତିକ ହୀରା ସହ ମିଶୁଥିବାରୁ ଏହାର ଡିମାଣ୍ଡ୍ ଅଧିକ ରହୁଛି । ଏହାର ମୂଲ୍ୟ କମ ଥିବାରୁ ଏହା ବଜେଟ ଫ୍ରେଣ୍ଡଲି ହୋଇପାରୁଛି । ତେଣୁ ଏହାକୁ ସମସ୍ତେ କିଣିବାଲାଗି ସକ୍ଷମ ହୋଇପାରୁଛନ୍ତି । କେତେକ କ୍ଷେତ୍ରରେ ଏହା ଏକ ଉତ୍ତମ ଗିଫ୍ଟ ଭାବେ ମଧ୍ୟ ବିବେଚିତ ହେଉଛି । ବାର୍ଥଡେ ହେଉ କିମ୍ବା କୌଣସି ସ୍ପେସାଲ ଫଙ୍କସନ ଏହାକୁ ଗ୍ରାହକମାନେ ଗିଫ୍ଟ ଦେବା ପାଇଁ କିଣୁଥିବା ନଜରକୁ ଆସିଛି । ଏହାର ବଡ ଫ୍ୟାକଫର ହେଉଛି ଏହାର ଦାମ ।

Comments are closed.