ଜ୍ୱଳାମୁଖୀ

ଏହା ଏକପ୍ରକାର ଆକସ୍ମିକ ଘଟଣା ଯେଉଁଥିରେ ପୃଥିବୀରେ ବିଭିନ୍ନ ସ୍ଥାନରେ ଥିବା ଆଗ୍ନେୟଗିରିରେ ହଠାତ୍‌ ବିସ୍ପୋରଣ ହୋଇଥିଲେ । ଏହି ବିସ୍ପୋରଣରେ ଆଗ୍ନେୟଗିରିରୁ ଲାଭା, ବିଷାକ୍ତ ଗ୍ୟାସ୍‌, ପାଉଁଶ, ପଥର ଆଦି ବାହାରକୁ ଆସିଥାଏ । ଏହି ସମସ୍ତ ପଦାର୍ଥ ଆଗ୍ନେୟଗିରିରୁ ଏକ ବାଟ ଦେଇ ବାହାରକୁ ଆସିଥାଏ, ଯାହାକୁ ଜ୍ୱାଳାମୁଖୀର ଭେଣ୍ଟ ବା ବେକ କହିଥାଆନ୍ତି । ସେହିଭଳି ଆଗ୍ନେୟଗିରିରୁ ଏକ ଛିଦ୍ର ଦେଇ ଲାଭା ବାହାରକୁ ଆସିଥାଏ ଯାହାକୁ କ୍ରେଟର କୁହାଯାଇଥାଏ । ଏହି ଲାଭା ଯମିବା ଦ୍ୱାରା ଆଗ୍ନେୟଗିରି ପାଖରେ ଏକ ଛୋଟ ପର୍ବତ ଆକାର ସୃଷ୍ଟି ହୋଇଥାଏ, ଯାହାକୁ ଜ୍ୱାଳାମୁଖୀ ପର୍ବତ କୁହାଯାଇଥାଏ । ଜ୍ୱାଳାମୁଖୀ ବିସ୍ପୋରଣର ପ୍ରକ୍ରିୟା ଦୁଇଟି ଭାଗରେ ହୋଇଥାଏ । ଗୋଟିଏ ପ୍ରକ୍ରିୟା ଭୂପୃଷ୍ଠର ତଳେ ହୋଇଥିବାବେଳେ ଆଉ ଏକ ଏହାର ଉପରି ଭାଗରେ ହୋଇଥାଏ । ପ୍ରଥମ ପ୍ରକ୍ରିୟାରେ ପୃଥିବୀର ତଳ ଭାଗରେ ଥିବା ଲାଭା ବିଭିନ୍ନ ସ୍ଥାନରେ ଥଣ୍ଡା ହୋଇ ଯମାଟ ବାନ୍ଧି ରହିଥାଏ । ଏହାପରେ ଦ୍ୱିତୀୟ ପ୍ରକିୟା ଅର୍ଥାତ ଏଥିରେ ଲାଭା ବାହାରକୁ ଆସି ଥଣ୍ଡା ହୋଇ ଯମାଟ ବାନ୍ଧିଥାଏ । ସେହିଭଳି ଜ୍ୱାଳାମୁଖୀ ବିସ୍ପୋରଣ ସାଧାରଣତଃ ଚାପ କାରଣରୁ ଘଟିଥାଏ । ମାଟିତଳେ ହେଉଥିବା ବିଭିନ୍ନ ରସାୟନିକ ପରିବର୍ତ୍ତନ ଓ ମାଟି ଉପରୁ ପଡୁଥିବା ଚାପ କାରଣରୁ ଏହି ବିସ୍ପୋରଣ ହୋଇଥାଏ । ସାଧାରଣତଃ ୩୨ ମିଟରର ଗଭୀରତାରେ ଏକ ଡିଗ୍ରୀ ସେଲସିଅସ ତାପମାତ୍ରା ବଢିଥାଏ । ତେଣୁ ଗଭୀରମାଟିତଳେ ତାପମାତ୍ରା ବଢିଥାଏ ଏବଂ ସେଠାରେ ଥିବା ବିଭିନ୍ନ ପଦାର୍ଥ ତରଳିବା ଆରମ୍ଭ କରିଥାଏ । ତେବେ ଯେଉଁ ସ୍ଥାନରେ ପୃଥିବୀର ତଳ ଦୁର୍ବଳଥାଏ ସେହି ବାଟ ଦେଇ ଏହି ତରଳ ପଦାର୍ଥ ଗୁଡିକ ବାହାରିବାକୁ ଲାଗିଥାଏ । ଯେଉଁ କାରଣରୁ ବିସ୍ପୋରଣ ହୋଇଥାଏ ବୋଲି ବୈଜ୍ଞାନିକ ମତ ରହିଛି । ସେହିଭଳି ଆଉ ଏକ କାରଣ ଭାବେ ମାଟିତଳେ ବିଭିନ୍ନ ଗ୍ୟାସର ଉପସ୍ଥିତିକୁ କୁହାଯାଇଥାଏ । ବର୍ଷା ସମୟରେ ବର୍ଷାଜଳ ପୃଥିବୀ ପୃଷ୍ଠରେ ଥିବା ରନ୍ଧ୍ରଦେଇ ପୃଥିବୀର ସବୁଠାରୁ ଶେଷ ଭାଗରେ ପହଞ୍ଚିଯାଇଥାଏ । ତେବେ ଏଠାରେ ଥିବା ଅଧିକ ତାପମାତ୍ରା କାରଣରୁ ଏହା ଜଳୀୟ ବାଷ୍ପରେ ପରିଣତ ହୋଇଯାଏ । ତେବେ ଏହି ପ୍ରକ୍ରିୟା ସମୟରେ ବିଶେଷଭାବେ ଏଠାରେ ଚାପ ସୃଷ୍ଟି ହୋଇଥାଏ । ଯାହାଫଳରେ ଦୁର୍ବଳ ସ୍ଥାନ ମିଳିଲେ ଏହା ବିସ୍ପୋରଣ ହୋଇଥାଏ ।

Govt

Comments are closed.