ଭାରତ-ଇଂଲଣ୍ଡ ଟି-୨୦: ୭ ଓ୍ବିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ ଜିତିଲା ଭାରତ।ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ବିଜୟ ହୋଇଛି। ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିଥିଲା। ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା।ଜବାବରେ ଭାରତ ୪୩ ବଲ୍ ଥାଇ ବିଜୟ ହାସଲ କରି ୫ ମ୍ୟାଚର ଏହି ସିରିଜରେ ୧-୦ରେ ପଏଣ୍ଟ ହାସଲ କରିଛି।

Govt

Comments are closed.