ସମ୍ବଲପୁରରେ ପ୍ରତିଷ୍ଠା ହେବ ଦ୍ବିତୀୟ ଏମ୍ସ ହସ୍ପିଟାଲ

ସମ୍ଵଲପୁର: ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ । ଏଥିପାଇ ପୁର୍ବରୁ ଗତକାଲି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି । ପୁବରୁ ନିର୍ଵାଚନ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ । ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମ୍ସ ସମ୍ବଲପୁର ଖୋଲିବ ।

ନୂତନ ସରକାର ସ୍ଵାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡିଶା ପ୍ରତି ଏଭଲି ବଡ ଉପହାର ନେଇ ଉତ୍ସାହିତ ଦେଖିବାକୁ ମିଲିଛି । ଏହାକୁ ନେଇ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ବାସୀ I

Govt

Comments are closed.