ଜଣେ ମହିଳା ଗର୍ଭବତୀ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନାଲ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ସେମାନଙ୍କ ଭିତରେ ଗର୍ଭଧାରଣ ଠାରୁ ଆରମ୍ଭ ହୋଇ ଛୁଆ ଜନ୍ମର କିଛି ଦିନ ପର୍ଯ୍ୟନ୍ତ ରହିଥାଏ । ଏହା ମଧ୍ୟରେ ପୋଷ୍ଟପାର୍ଟମ୍ ଡିପ୍ରେସନ୍ ଏକ ଫେଜ୍ ଯାହା କେତେକ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏହା ହେବା ଫଳରେ ସେମାନଙ୍କ ନିକଟରେ ମୁଡ୍ ସୁଇଂ, ଆଙ୍ଗ୍ଜାଇଟି, ନିଦ୍ରାହୀନତା ଆଦି ଦେଖିବାକୁ ମିଳିଥାଏ । ଏହି ରୋଗର ଅନ୍ୟନାମ ବେବି ବ୍ଲì୍ୟ । ଏହି ଫେଜ୍ ଛୁଆ ଜନ୍ମର ୨ରୁ ୩ ଦିନ ଭିତରେ ଆରମ୍ଭ ହୋଇ କିଛି ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ତେବେ ଏହା ବିଭିନ୍ନ ଲୋକଙ୍କ ନିକଟରେ ଭିନ୍ନଭିନ୍ନ ହୋଇପାରେ । କେତେକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ହୋଇଥିବାବେଳେ କେତେକଙ୍କ କ୍ଷେତ୍ରରେ ବିଶେଷ ଗୁରୁତର ହୋଇନଥାଏ । ଏହା ହେବା ଦ୍ୱାରା ମହିଳାଙ୍କର ଚିଡ୍ଚିଡାପଣ ବଢିଯାଇଥାଏ । ଅନେକ ସମୟରେ କାରଣ ନଥାଇ ମଧ୍ୟ ସେମାନଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥାଏ । କୌଣସି କାର୍ଯ୍ୟରେ ମନ ନଲାଗିବାବେଳେ ଭୋକ ମଧ୍ୟ ହୋଇ ନଥାଏ । ଛୁଆ ଜନ୍ମ ପରେ ଯଦି ଏଭଳି କିଛି ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏହାସହିତ ସେମାନଙ୍କର ଘରେ ଅଧିକ ଯନି ନିଅନ୍ତୁ ।

Comments are closed.