ଆମେନୋରେହା

ଏହି ସମସ୍ୟା ଋତୁସ୍ରାବ ସମ୍ବନ୍ଧିତ । ଯଦି କୌଣସି ଯୁବତୀଙ୍କର ସଠିକ୍‌ ସମୟରେ ଋତୁସ୍ରାବ ନ ହୁଏ, ତେବେ ସେ ଆମେନୋରେହାରେ ପିଡୀତ ବୋଲି ଆଶଙ୍କା କରାଯାଇପାରେ । ୧୫ ବର୍ଷ ଭିତରେ ଯଦି ଜଣେ ଯୁବତୀଙ୍କର ଋତୁସ୍ରାବ ଆରମ୍ଭ ନହୁଏ ତେବେ ଏହା ଆମେନୋରେହା ହୋଇପାରେ । ଯାହା ଏହାର ପ୍ରାଥମିକ କାରଣ ଭାବେ ହର୍ମୋନାଲ ପରିବର୍ତ୍ତନକୁ ଦାୟୀ କରାଯାଇଥାଏ । ସେହିଭଳି ଏହାର ଆଉ ଏକ ପ୍ରକାର ମଧ୍ୟ ରହିଛି, ଯାହାକୁ ସେକେଣ୍ଡାରୀ ଆମେନୋରେହା ଭାବେ ଗଣା ଯାଇଥାଏ । ଏଥିରେ ପ୍ରଥମରୁ ଋତୁସ୍ରାବ ହୋଇଥାଏ, ହେଲେ ମଝିରେ ଏହା ବନ୍ଦ ହୋଇଯାଏ । ତେବେ ଏହାର ସେଭଳି କିଛି ନିର୍ଦ୍ଧିଷ୍ଟ ଲକ୍ଷଣ ନାହିଁ । ଏହାର ଲକ୍ଷଣ ଭାବେ କେଶ ଝଡିବା, ମୁଣ୍ଡ ବିନ୍ଧାହେବା, ମୁହଁରେ ବ୍ରଣ, ମୁହଁରେ ଥିବା କେଶରେ ବୃଦ୍ଧି, ତଳ ପେଟରେ ଯନ୍ତ୍ରଣା ଆଦି ଦେଖିବାକୁ ମିଳିଥାଏ । ଯଦି ଏହି ସମସ୍ୟା ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Govt

Comments are closed.