ହାଇଡ୍ରା ଫେସିଆଲ୍‌

ଆଜିକାଲି ସମସ୍ତେ ଚାହାନ୍ତି ସ୍ମìଥ ସହ ବ୍ରାଇଟ୍‌ ସ୍କିନ୍‌ । ଏଥିପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ବିୟୁଟି ଥେରାପିର ସହାୟତା ସମସ୍ତେ ନେଇଥାଆନ୍ତି । କିଏ ପାର୍ଲର ଯାଇ ନିଜକୁ ସଜାଉଥିବାବେଳେ କିଏ ନିଜ ସ୍କିନ୍‌ର ଟ୍ରିଟମେଣ୍ଟ୍‌ କରିଥାଏ । ବର୍ତ୍ତମାନ ହାଇଡ୍ରା ଫେସିଆଲ ଟ୍ରେଣ୍ଡ୍‌ରେ ରହିଛି, ଯାହାକୁ ସମସ୍ତେ କରାଉଥିବାର ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା କଣ ଏହି ହାଇଡ୍ରା ଫେସିଆଲ । ଏହା ଏକ ମଲଫିସେଫପ୍‌ ଫେସିଆଲ୍‌ ଟ୍ରିଟମେଣ୍ଟ୍‌ ଯାହାକୁ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ମେସିନ୍‌ ସାହାଯ୍ୟରେ କରାଯାଇଥାଏ । ଏହି ମେସିନର ନାଁ ହାଇଡ୍ରାଫେସିଆଲ ଏମ୍‌ଡି । ଏହି ମେସିନ ଓ ଅନ୍ୟ ଉପକରଣ ବ୍ୟବହାର କରାଯାଇ ଏହାକୁ କରାଯାଇଥାଏ । ଯେଉଁଥିରେ କ୍ଲିନ୍‌ଜିଂ, ମସାଜ ଆଦି ଅନେକ ଷ୍ଟେପ ରହିଛି । ତେବେ ଏହା କରିବାପରେ ସଙ୍ଗେସଙ୍ଗେ ମୁହଁରେ ଗ୍ଲୋ ଆସିଥାଏ ବୋଲି ଏହାକୁ କରୁଥିବା ବ୍ୟକ୍ତି ଦାବି କରିଥାଆନ୍ତି ।

ଷ୍ଟେପ୍‌
ଏହି ହାଇଡ୍ରା ଫେସିଆଲ୍‌କୁ ତିନୋଟି ଷ୍ଟେପ୍‌ରେ କରାଯାଇଥାଏ । ଯେଉଁଥିରେ କ୍ଲିନଂ, ପିଲ୍‌, ଏକ୍ସାଟ୍ରାକଫ ଆଦି ସାମିଲ ଥାଏ । ଆସନ୍ତୁ ଜାଣିବା କଣ ଏହି ଷ୍ଟେପ୍‌ ଏବଂ କେଉଁଭଳି ଭାବେ ଏହାକୁ କରାଯାଇଥାଏ ।

କ୍ଲିନିଂ ଓ ପିଲ୍‌- ଏହା ହାଇଡ୍ରାଫେସିଆଲର ପ୍ରଥମ ଷ୍ଟେପ୍‌ । ଏହି ପ୍ରକ୍ରିୟା ସାହାଯ୍ୟରେ ପ୍ରଥମେ ଆମ ମୁହଁର ଚର୍ମରେ ଥିବା ସମସ୍ତ ଡେଡ୍‌ ସେଲ୍‌କୁ କଢାଯାଇଥାଏ । ଏହା ଫଳରେ ସ୍କିନ୍‌ ଉଜ୍ୱଳ ଦେଖାଯାଇଥାଏ । ମୁହଁ ସ୍କିନ୍‌ରେ ଥିବା ପୋର ଗୁଡିକ ଖୋଲିଯାଇଥାଏ, ଯାହା ଫଳରେ ମୁହଁ ସଫା ହୋଇଯାଇଥାଏ ।

Govt

Comments are closed.