ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ମହିଳା ଆସି ଙ୍କୁ ଆକ୍ରମଣ I ଡ୍ୟୁଟି କରୁଥିବା ସମୟରେ ମଞ୍ଚେଶ୍ୱର ଥାନା ASI ଅଞ୍ଜନା ବରାଳ ଆକ୍ରମଣର ଶିକାର ହୋଇଛନ୍ତି I ୨୯ ନମ୍ବର ୱାର୍ଡ ମେମ୍ବର ଜୀବନ ରାଉତ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି I ମଞ୍ଚେଶ୍ୱର ଅଞ୍ଚଳରେ ରାସ୍ତା କାମକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଆକ୍ରମଣ ପରେ ଜୀବନ ରାଉତଙ୍କୁ ଥାନାରେ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ଆକ୍ରମଣ କରି ଫେରାର ରହିଛି I ଜୀବନ ରାଉତଙ୍କ ବିରୋଧରେ ପୂର୍ବରୁ ଶହୀଦନଗର ଥାନାରେ ସଙ୍ଗୀନ ମାମଲା ରହିଥିବା ଜଣାପଡ଼ିଛି।
NHAI ର ବିନା ଅନୁମତିରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚାଲିଥିଲା ରାସ୍ତା କାମ I ଏହାକୁ ନେଇ ଗଣ୍ଡଗୋଳ ଦେଖାଦେବାରୁ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ଥାନା ପୋଲିସ I ଏହି ସମୟରେ ମହିଳା ASI ଅଞ୍ଜନା ବରାଳ ଆକ୍ରମଣର ଶିକାର ହୋଇଥିଲେ I ଏହି ଘଟଣାରେ ୨୯ ନମ୍ୱର କର୍ପୋରେଟର ଓ ଠିକାଦାର ସାମିଲ ଥିଲେ I ତେବେ କର୍ପୋରେଟର ଜୀବନ ରାଉତଙ୍କୁ ପୋଲିସ ଅଟକ ରଖିଥିବାବେଳେ ଠିକାଦାର ଫେରାର ରହିଛି I

Comments are closed.