କୋଲକାତା ନାଇଟ୍ ରାଇଡର୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ

କୋଲକାତା : ଗୁଜରାଟ ଟାଇଟନ୍ସ ୭ ୱିକେଟ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ପରାସ୍ତ କରିଛି। ଏଥିସହ ଟାଇଟନ୍ସ ୮ ମ୍ୟାଚ୍ରୁ ସର୍ବାଧିକ ୧୨ ପଏଣ୍ଟ ପାଇ ଦ୍ବିତୀୟ ଥର ଲାଗି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଶନିବାର ବିଜୟ ସହ ଟାଇଟନ୍ସ ମଧ୍ୟ କେକେଆର୍ଠୁ ତା’ ଘରୋଇ ମାଟିରେ ପରାଜୟର ପ୍ରତିଶୋଧ ନେଇଥିଲା। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପାଣ୍ଡ୍ୟା କେକେଆର୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରହମନୁଲ୍ଲା ଗୁର୍ବାଜ (୮୧, ୩୯ ବଲ୍, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଶେଷ ୫ ଓଭରରେ ମାତ୍ର ୪୫ ରନ୍ ଏବଂ ୩ ୱିକେଟ୍ ହରାଇବାରୁ କେକେଆର୍ ୨୦୦ ରନ୍ ପାରି କରିବାରେ ବିଫଳ ହୋଇଥିଲା। ଟାଇଟନ୍ସ ଦ୍ରୁତ ବୋଲିଂ ଯୋଡ଼ି ମହମ୍ମଦ ସାମି (୩/୩୩) ଓ ଜୋସ ଲିଟିଲ (୨/୨୫)ଙ୍କ ୫ ୱିକେଟ୍ ଏବଂ ବାମହାତୀ ସ୍ପିନର ନୁର ଅହମଦ (୨/୨୧)ଙ୍କ ମାପଚୁପ ବୋଲିଂ ଯୋଗୁଁ କେକେଆର୍ର ବଡ଼ ସ୍କୋର୍ରେ ଆଙ୍କୁଶ ଲାଗିଥିଲା। ଜବାବରେ ଟାଇଟନ୍ସ ବିଜୟ ଶଙ୍କରଙ୍କ ୫୧* ରନ୍ ବଳରେ ୧୩ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଶଙ୍କର ଓ ଡେଭିଡ ମିଲର (୩୨* ରନ୍) ଚତୁର୍ଥ ୱିକେଟ୍ରେ ୮୭ ରନ୍ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ। ଜୋସ ଲିଟିଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Govt

Comments are closed.