ଦ୍ବିତୀୟ ଟ୍ବେଣ୍ଟି-୨୦ରେ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

ଲାହୋର: ଅଧିନାୟକ ବାବର ଆଜମ୍ଙ୍କ ଅପରାଜିତ ଶତକ ପରେ ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କ ୪ ୱିକେଟ୍ ସଫଳତା ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପାକିସ୍ତାନ ୨-୦ର ଅଗ୍ରଣୀ ପାଇଯାଇଛି। ପାକିସ୍ତାନ ଦ୍ବିତୀୟ ମ୍ୟାଚ୍କୁ ୩୮ ରନ୍ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ୍ ବିନିମୟରେ ୧୯୨ ରନ୍ କରିବା ପରେ ନ୍ୟୁଜିଲାଣ୍ଡ ପାଳିକୁ ୭ ୱିକେଟ୍ ହରାଇ ୧୫୪ ରନ୍ କରିପାରିଥିଲା। ଅପରାଜିତ ଶତକୀୟ ପାଳି ପାଇଁ ବାବର ଆଜମ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନେଇଥିଲା। ବାବରଙ୍କ ୧୦୧* ଏବଂ ମହମ୍ମଦ ରିଜ୍ୱାନଙ୍କ ୫୦ ରନ୍ କରିଥିଲେ। ପରେ ଇଫ୍ତିକାର ଅହମ୍ମଦ ୩୩* ରନ୍ର ଅପରାଜିତ ପାଳି ଖେଳି ଦଳକୁ ସୁରକ୍ଷିତ ସ୍ଥାନରେ ରଖିଥିଲେ। ଜବାବରେ ମାର୍କ ଚାପ୍ମ୍ୟାନ୍ଙ୍କ ଅପରାଜିତ ୬୫ ରନ୍ ସତ୍ତ୍ବେ ପ୍ରଥମ ମ୍ୟାଚ୍ ଭଳି ହାରିସ୍ ରୌଫ୍ଙ୍କ ପୁଣି ୪ ୱିକେଟ୍ ଦଖଲ ଯୋଗୁଁ ନ୍ୟୁଜିଲାଣ୍ଡ ୩୮ ରନ୍ରେ ପରାଜୟ ପାଇଁ ବାଧ୍ୟ ହୋଇଥିଲା।

Comments are closed.