ଠକେଇ ମାମଲାରେ ଟ୍ରମ୍ପଙ୍କୁ ୭ ଘଣ୍ଟା ଜେରା

ନ୍ୟୁୟର୍କ: ଠକେଇ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରାୟ ୭ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଛନ୍ତି। ନିଜ କମ୍ପାନିର ବ୍ୟବସାୟ ସଂକ୍ରାନ୍ତରେ ଚାଲିଥିବା ଠକେଇ ମାମଲାର ଏହା ଥିଲା ଦ୍ବିତୀୟ ପର୍ଯ୍ୟାୟ ଜେରା। ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ୍ଙ୍କ ସହିତ ଚାଲିଥିବା ଏହି ମାମଲା ବିଷୟରେ ଗତକାଲି ଟ୍ରମ୍ପ୍ ବିଭିନ୍ନ ଓକିଲଙ୍କୁ ଭେଟିଥିଲେ। ଗତବର୍ଷ ଆଟର୍ଣ୍ଣି ଜେନେରାଲ୍ ଲିଟିସିଆ ଜେମ୍ସ୍ ଟ୍ରମ୍ପ୍ଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ସମ୍ପତ୍ତିର ସାମଗ୍ରିକ ମୂଲ୍ୟ, ହୋଟେଲ୍ ଓ ଗଲ୍ଫ୍ କୋର୍ସ ଭଳି ସମ୍ପତ୍ତିର ମୂଲ୍ୟ ବିଷୟରେ ମିଥ୍ୟା ସୂଚନା ଦେଇ ଟ୍ରମ୍ପ୍ଙ୍କ ପରିବାର ବ୍ୟାଙ୍କ୍ ଏବଂ ବ୍ୟାବସାୟିକ ସହଯୋଗୀମାନଙ୍କୁ ବିଭ୍ରାନ୍ତ କରାଇଥିବା କଥା ଆଟର୍ଣ୍ଣି ଜେନେରାଲ୍ ମାମଲାରେ ଦର୍ଶାଇଥିଲେ। ଟ୍ରମ୍ପ୍ଙ୍କ ଓକିଲ କ୍ରିଷ୍ଟୋଫର୍ କାଇସ୍ କହିଛନ୍ତି ଯେ, ଏହି ମାମଲାର ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ଥିକ କାରବାର। ଏହି ବ୍ୟବସାୟରୁ ମିଳିଥିବା ବିପୁଳ ଅର୍ଥ ବ୍ୟାଙ୍କ୍ ଓ ଟ୍ରମ୍ପ୍ଙ୍କ କମ୍ପାନି ଅତ୍ୟନ୍ତ ଲାଭପ୍ରଦ ଥିଲା। ନିଜ ବିସ୍ତୃତ ବ୍ୟବସାୟ ବିଷୟରେ ବର୍ଣ୍ଣନା କରିବାକୁ ପାଖାପାଖି ୭ ଘଣ୍ଟା ସମୟ ଲାଗିଥିଲା। ତେଣୁ ଏହି ସଫଳତା ସମ୍ପର୍କରେ ବାସ୍ତବ କଥା ଜାଣିଲେ ଜାଲିଆତି ହୋଇ ନ ଥିବା କଥା ଦେଶବାସୀ କହିବେ ବୋଲି କାଇସ୍ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.