ମେକ୍ସିକୋରେ ପ୍ରବାସୀ ସୁବିଧା କେନ୍ଦ୍ରରେ ଅଗ୍ନିକା‌ଣ୍ଡ, ୧୦ ମୃତ

ନୂଆଦିଲ୍ଲୀ, ୨୮/୩ : ‌ମେକ୍ସିକୋରେ ଏକ ପ୍ରବାସୀ ସୁବିଧା କେନ୍ଦ୍ରରେ ଅଗ୍ନିକାଣ୍ଡ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆମେରିକା ସୀମା ନିକଟସ୍ଥ ମେକ୍ସିକୋର ସିଉଡାଡ ଜୁଆରେଜ‌ରେ ଆଜି ଏକ ପ୍ରବାସୀ କେନ୍ଦ୍ରରେ ଏହି ଅଗ୍ନିକାଣ୍ଡ ହୋଇଛି। ‌ତେବେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଭଲ୍ୟୁଣ୍ଟିୟରମାନେ କହିଛନ୍ତି, ଅଗ୍ନିକାଣ୍ଡରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନି। ଅନେକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

Launching Ceremony of “AYUSHMAN BHARAT

Comments are closed.