ସମୟ ଲାଇଭ୍,୨୫/୧୧: ବଲିଉଡ଼୍ କୁଇନ୍ କଙ୍ଗନା ରଣାୱତ୍ ତାଙ୍କର ଆସନ୍ତା ଫିଲ୍ମ ‘ଥାଲାଇବି’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି।
ତେବେ ବହୁ ବିବାଦୀୟ ଅଯୋଧ୍ୟା ମାମଲାକୁ ନେଇ ସେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।
ଏହି ଚଳଚ୍ଚିତ୍ରର ନାମ ‘ ଅପରାଜିତ ଅଯୋଧ୍ୟା’ ରହିବ। ତେବେ ବାବ୍ରି ମସଜିଦ୍ ଓ ରାମ ମନ୍ଦିର ନିର୍ମାଣକୁ ନେଇ ଉଠିଥିବା ସମସ୍ତ ବିବାଦ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯିବ।
କଙ୍ଗନାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ଏହି ପିଲ୍ମର ଷ୍ଟାର କାଷ୍ଟ ଓ ନିର୍ଦ୍ଦେଶକ ଚୟନ ଉପରେ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ ଏକ ଟ୍ୱିଟରୁ ସୂଚନା ମିଳୁଛି।

Comments are closed.