ସକାଳୁ ପିଅନ୍ତୁ କଦଳୀ ଚା’

ସମୟ ଲାଇଭ୍‍,୨୫/୧୧: ଭାରତବର୍ଷରେ ଳୋକମାନେ ସାଧାରଣତଃ ଦିନର ଆରମ୍ଭ ଚା’ କପରୁ ଆରମ୍ଭ କରିତା୩ନ୍ତି। ତେବେ ସମସ୍ତଙ୍କ ଚା’ ସମାନ ସ୍ୱାଦର ହୋଇନଥାଏ। କିଏ ବ୍ଲାକ୍‍ ଟି, କିଏ ରେଡ଼୍‍ ଟି କିଏ ଲେମନ ଟି ତ କିଏ ମିଳ୍କ ଟି ପିଇବାକୁ ପସନ୍ଦ କରନ୍ତି। ତେବେ ଜାଣନ୍ତୁ ଏପରି ଏକ ଚା’ ବିୟେରେ ଯାହା ଆପଣଙ୍କ ଦିନର ଆରମ୍ଭକୁ ସୁନ୍ଦର କରିବା ସହ ଆପଣଙ୍କ ଶରୀରରେ ମଧ୍ୟ ସୁପ୍ରଭାବ ପକାଇଥାଏ।
କଦଳୀ ଚା’ ଆପଣଙ୍କ ଶରୀର ପାଇଁ ଏକ ଔଷଧ ପରି କାର୍ଯ୍ୟ କରିଥାଏ।
ପାଚିଲା କଦଳୀ ଆମ ଶରୀର ପାଇଁ ଯେତିକି ଉପଯୋଗୀ ଏହାଠାରୁ କଦଳୀ ଚା’ର ଉପକାରିତା ବେଶୀ ଅଟେ।
ତେବେ କଦଳୀ ଚା’ ପ୍ରସ୍ତୁତି ପାଇଁ ପାଣି, ଚୋପାଲଗା କଦଳୀ, ଡ଼ାଲଚିନି, ମହୁର ଆବଶ୍ୟକତା ପଡ଼ିଥାଏ।
ପ୍ରଥମେ ଏକ ପାତ୍ରରେ ପାଣି ନେଇ ଫୁଟାନ୍ତୁ। ପାଣି ଉଷୁମ ହୋଇଆସିଲେ ସେଥିରେ ଚୋପାଳଗା କଦଳୀକୁ ଗୋଲ ଗୋଲ କରି କାଟି ପକାନ୍ତୁ। ଚା’ ଫୁଟିଗଲା ପରେ ସ୍ୱାଦ ପାଇଁ କିଛି ଡ଼ାଳଚିନି ଗୁଣ୍ଡ ଓ କିଛି ମହୁ ପକାନ୍ତୁ।
ଏହି ଚା’ରେ ପ୍ରଚୁର ପରିମାଣରେ ପୋଟାସିୟ, ଭିଟାମିନ୍‍-ଏ ଓ ବି ରହିଥାଏ। ଏଣୁ ଏହା ଶରୀରର ଅନେକ ଆବଶ୍ୟକତା ପୂରଣ କରିଥାଏ।
ଏହି ଚା’ରେ ଥିବା ଆଣ୍ଟଅକ୍ସିଡ଼ାଣ୍ଟ ଓ ପୌଷ୍ଟିକ ତତ୍ତ୍ୱ ଶରୀରର ସ୍ନାୟୁଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ଏହି ଚା’ ପିଇବା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ।
କଦଳୀ ଏକ ତନ୍ତୁଜାତୀୟ ଖାଦ୍ୟ ହୋଇଥିବାରୁ ଏହି ଚା’ କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର କରିଥାଏ।
ତେବେ ଏହି ଚା’ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦଜନିତ ସମସ୍ୟା ଖୁବ୍‍ କମ୍‍ ଦେଖାଦେଇଥାଏ।
ତେବେ ରାତିରେ ଏହି ଚା’ ପିଇବା ଦ୍ୱାରା ଆରାମ ନିଦ ମଧ୍ୟ ଆସିଥାଏ।

Comments are closed.