ଆମେରିକା ବାତ୍ୟାରେ ୨୬ ମୃତ

ମିସିସିପିରେ ଜରୁରୀ ସ୍ଥିତି ଘୋଷଣା କଲେ ବା‌ଇଡେନ

ୱାସିଂଟନ୍‌, ୨୬/୩: ଆମେରିକାର ମିସିସିପି ଏବଂ ଆଲବାମା‌ରେ ବାତ୍ୟା ବିପର୍ଯ୍ୟୟ ସୃ‌ଷ୍ଟି କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏହି ବାତ୍ୟା ପାଇଁ ୨୬ ଜଣଙ୍କ ମୃତ୍ୟୁ ହେଲା‌ଣି। କେବଳ ମିସିସିପିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଲବାମାରେ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା ପାଇଁ ଅନେକ ଲୋକ ନିଜର ଘର ହରାଇ ଦେଇଛନ୍ତି। ସ୍ଥିତି ଅଣାୟତ୍ତ ହୋଇଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ମିସିସିପିରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ବାତ୍ୟାର ପ୍ରକୋପ କମିଥିଲେ ସୁଦ୍ଧା ଲୋକଙ୍କ ମନରୁ ଭୟ ଯାଇନି। ମିସିସିପିରୁ ଆସିଥିବା ବାତ୍ୟା ଚିତ୍ରକୁ ବାଇଡେନ୍‌ ହୃଦୟବିଦାରକ ବୋଲି କହିଛନ୍ତି। ମିସିସିପିରେ ୩ଟି ଏମର୍ଜେନ୍ସି ସେଣ୍ଟର ଖୋଲାଯା‌ଇଛି।

Launching Ceremony of “AYUSHMAN BHARAT

Comments are closed.