ଭାରତ ସମର୍ଥନରେ ସାନ୍ ଫ୍ରାନସିସ୍କୋରେ ଶାନ୍ତି ଶୋଭାଯାତ୍ରା

ନୂଆଦିଲ୍ଲୀ, ୨୫/୩ : ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆଜି ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ ଶାନ୍ତି ଶୋଭାଯାତ୍ରା କରିଛନ୍ତି। ସାନ ଫ୍ରାନସିସ୍କୋ ଦୂତାବାସରେ ଖଲିସ୍ତାନୀ ସମର୍ଥକଙ୍କ ଆନ୍ଦୋଳନ ପରେ ଭାରତୀୟ ବଂଶୋଦ୍ଭବମାନେ ଭାରତ ସମର୍ଥନ‌ରେ ଏହି ଶାନ୍ତି ଶୋଭାଯାତ୍ରା କରିଛନ୍ତି। ସେମାନେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଭାରତକୁ ସମର୍ଥନ ଜଣାଇ ସେମାନେ ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ବାହାରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ ସାନ ଫ୍ରାନସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ଉପ‌ରେ ଆକ୍ରମଣ ହୋଇଥିଲା। ଆଜି ସାନ ଫ୍ରାନସିସ୍କୋ ଦୂତାବାସ ନିକଟରେ କିଛି ବିଚ୍ଛିନ୍ନତାବାଦୀ ଶିଖ୍‌ ମଧ୍ୟ ଥିଲେ। ସେମାନେ ଖଳିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା‌ବେଳେ ଭାରତୀୟ ବଂ‌ଶୋଦ୍ଭବ ଆମେରିକୀୟମାନେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ। ଭାରତର ଜାତୀୟ ପତାକା ସହ ଆମେରିକାର ପତାକା ଉଡ଼ାଇ ସେମାନେ ଭାରତ ସମର୍ଥନରେ ସ୍ଲୋଗାନ ଦେଇଥିଲେ।

Launching Ceremony of “AYUSHMAN BHARAT

Comments are closed.