ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶାସନରେ ପ୍ରମୁଖ ପଦବୀରେ ଓଡ଼ିଆ ବୋହୂ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନରେ ଓଡ଼ିଆ ବୋହୂ I ଭାରତୀୟ ବଂଶୋଦ୍ଭବ ନିଶା ଦେଶାଇ ବିଶ୍ୱାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଥିବା ସୋମବାର ହ୍ୱାଇଟ ହାଉସ ସୂଚନା ଦେଇଛି I

ନିଶାଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗରେ ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଡେପୁଟି ସିଇଓ) ଭାବେ ମନୋନୀତ କରାଯାଇଛି। ବାରାକ ଓବାମା ପ୍ରଶାସନ ସମୟରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହକାରୀ ସଚିବ ଭାବରେ କାର୍ଯ୍ୟ କରି ଶ୍ରୀମତି ବିଶ୍ବାଳ ଆମେରିକାର ବୈଦେଶିକ ନୀତି, ବେସରକାରୀ କ୍ଷେତ୍ର ଏବଂ ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନିଶା ଓଡ଼ିଆ ଯୁବକ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି। ସେ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ଓ ନିଜକୁ ଓଡ଼ିଆ ବୋହୂ ବୋଲି ଦର୍ଶାଇ ଟ୍ବିଟ୍‌ କରିଥିଲେ।

ଓବାମା ପ୍ରଶାସନ ସମୟରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିବା ଶ୍ରୀମତୀ ବିଶ୍ୱାଳ ଆମେରିକାର ବୈଦେଶିକ ନୀତି, କାର୍ଯ୍ୟନିର୍ବାହୀ ଶାଖା, କଂଗ୍ରେସ ଏବଂ ବେସରକାରୀ କ୍ଷେତ୍ର ମଧ୍ୟରେ ୩୦ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ଆଣିଛନ୍ତି।

ବର୍ତ୍ତମାନ ସେ ଆମେରିକାର ଚାମ୍ବର ଅଫ୍ କମର୍ସରେ ଅନ୍ତର୍ଜାତୀୟ ରଣନୀତି ଏବଂ ବୈଶ୍ୱିକ ନେତୃତ୍ୱର ବରିଷ୍ଠ ଉପାଧ୍ୟକ୍ଷ ଥିବା ବେଳେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ତଦାରଖ କରୁଛନ୍ତି। ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ କାର୍ଯ୍ୟ କରିଥିବା ଶ୍ରୀମତି ବିଶ୍ବାଳ ଆମେରିକା-ଭାରତ ସମ୍ପର୍କକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.