ଦୋହା: ବିଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ । କାତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଏକତରଫା ଭାବେ ଇରାନକୁ ୬-୨ ଗୋଲରେ ହରାଇଛି । ଇଂଲଣ୍ଡ ପକ୍ଷରୁ ବରିଷ୍ଠ ଖେଳାଳି ବୁକାୟୋ ସାକା ୨ଟି ଗୋଲ ସ୍କୋର କରିଛନ୍ତି । ମ୍ୟାଚ୍ ଆରମ୍ଭରୁ ହିଁ ଇଂଲଣ୍ଡ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା । ଲୁକ ଶ’ଙ୍କ ଚମତ୍କାର ପାସ୍କୁ ଯୁବ ତାରକା ଜୁଡେ ବେଲ୍ଲିଂହାମ ଗୋଲରେ ପରିଣତ କରି ଇଂଲଣ୍ଡକୁ ୧-୦ରେ ଆଗୁଆ କରିଦେଇଥିଲେ ।
ଏହାପରେ ମ୍ୟାଚର ୪୩ତମ ମିନିଟରେ ବୁକାୟୋ ସାକା ଇଂଲଣ୍ଡ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ । ପ୍ରଥମ ହାଫ ଶେଷ ହେବାକୁ ଆଉ କିଛି ମିନିଟ୍ ଥିବା ବେଳେ ରହୀମ ଷ୍ଟେରଲିଂ ତୃତୀୟ ଗୋଲ ସ୍କୋର କରିଥିଲେ ।
ହାଫ ଟାଇମ ସୁଦ୍ଧା ଇଂଲଣ୍ଡ ୩-୦ରେ ଆଗୁଆ ହୋଇଯାଇଥିଲା । ଦ୍ୱିତୀୟ ହାଫରେ ମଧ୍ୟରେ ଇଂଲଣ୍ଡ ୩ଟି ଗୋଲ ଦେଇଛି । ଏହି ହାଫର ପ୍ରଥମ ଗୋଲ ସାକା ଦେଇଥିଲେ । ସ୍ଥିତି ୪-୦ ହୋଇ ଯାଇଥିଲା । ତେବେ ୬୩ତମ ମିନିଟରେ ଇଂଲଣ୍ଡର ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲା ଇରାନ । ଏହି ସମୟରେ ଏକ ସୁନ୍ଦର ପାସ୍କୁ ଇରାନର ଷ୍ଟାର ଖେଳାଳି ମେହଦି ତାରେମି ଗୋଲରେ ପରିଣତ କରିଥିଲେ । ସ୍ଥିତ ୪-୧ ହୋଇଥିଲା ।
କି;ୁ ମ୍ୟାଚର ୭୦ତମ ମିନିଟରେ ଇଂଲଣ୍ଡ ପାଇଁ ୫ମ ଗୋଲ କରିଥିଲେ ମାର୍କସ ରଶଫର୍ଡ । ସେହିପରି ୯୦ତମ ମିନିଟରେ ଜ୍ୟାକ ଗେରାଲିଶ ୬ଷ୍ଠ ଗୋଲ କରି ଇଂଲଣ୍ଡର ବିଜୟକୁ ନିଶ୍ଚିତ କରି ଦେଇଥିଲେ । ତଥାପି ଇରାନ ହାର ମାନିବା ମୁଡରେ ନଥିଲେ । ଅତିରିକ୍ତ ସମୟରେ ଇରାନର ଖେଳାଳିମାନେ ଆକ୍ରମଣତ୍ମାକ ଖେଳ ପ୍ରଦର୍ଶନ କରିଥିଲେ ।
ଏହାର ଲାଭ ଦଳକୁ ପେନାଲଫି ମାଧ୍ୟମରେ ମିଳିଥିଲା । ଏହି ପେନାଲଫିକୁ ତାରେମ ଗୋଲରେ ପରିଣତ ମଧ୍ୟ କରିଥିଲେ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା । ଶେଷରେ ଇଂଲଣ୍ଡ ୬-୨ରେ ମ୍ୟାଚ୍ ଜିତି ବିଶ୍ୱକପରେ ନିଜର ଖାତା ଖୋଲିଛି । ଏହି ବିଜୟରେ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍ ସନ୍ତୋଷ ଲାଭ କରିବା ସହ ଆଗକୁ ମଧ୍ୟ ବିଶ୍ୱକପରେ ଇଂଲଣ୍ଡ ତା’ର ଦବଦବା ଜାରି ରଖିବ ବୋଲି କହିଛନ୍ତି ।

Comments are closed.