ନୂଆଦିଲ୍ଲୀ : ଭାରତୀୟ ମହିଳା ବକ୍ସର ପର୍ବିନ ହୁଦା ଏସିଆନ୍ ଚାମ୍ପିଅନ୍ସିପ୍ର ୬୩ କିଲୋଗ୍ରାମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜୋର୍ଡାନର ଅମାନରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲରେ ପର୍ବିନ ୫-୦ ଗେମ୍ରେ ଜାପାନର କିଟୋ ମାଇଙ୍କୁ ଧରାଶାୟୀ କରି ବିଜେତା ହୋଇଥିଲେ । ବିଶ୍ୱ ଚାମ୍ପିଅନ୍ସିପ୍ ବ୍ରୋଞ୍ଜ ପଦକ ବିଜେତା ପର୍ବିନ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇପାରିନଥିଲେ ।
Parveen wins 🇮🇳's first 🥇 at the Asian Boxing Championship 2022 😍
Parveen defeated 🇯🇵's Kito Mai by Unanimous Decision in the Women's 63kg Final🔥
Congratulations Champion on the terrific performance 🙌 pic.twitter.com/1Ucyc3kkEQ
— SAI Media (@Media_SAI) November 11, 2022
କି;ୁ ଏସିଆନ୍ ଚାମ୍ପିଅନ୍ସିପ୍ରେ ଧମାକାଦାର ପ୍ରଦର୍ଶନ ଦେଖାଇ ଚତୁର୍ଥ ସିଡ ମାଇ ଭିଆଙ୍କୁ ମାତ୍ ଦେଇଥିଲେ । ଟପ୍ସିଡେଡ ପର୍ବିନ ୫ଟି ଯାକ ରାଉଣ୍ଡରେ ପ୍ରତିପକ୍ଷ ମାଇଙ୍କୁ ଆଦୌ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇନଥିଲେ । ପର୍ବିନଙ୍କ ଅପରକଟ୍ସ ଶୈଳୀ ସବୁଠୁ ଉଚ୍ଚକୋଟୀର ଥିଲା ।
ଅନ୍ୟତମ ଭାରତୀୟ ମିନାକ୍ଷୀ ସିଂ ଏସିଆନ୍ ଚାମ୍ପିଅନ୍ସିପ୍ରେ ପ୍ରଥମ ପଦକ ଜିତିଛନ୍ତି । ୫୨ କିଲୋଗ୍ରାମ୍ ଫ୍ଲାଏେୱଟ ଡିଭିଜନ୍ରେ ମିନାକ୍ଷୀଙ୍କୁ ରୌପ୍ୟ ପଦକ ସଫଳତା ମିଳିଛି । ସେ ଫାଇନାଲରେ ଜାପାନର କିନୋସିଟା ରିନକାଙ୍କ ନିକଟରୁ ୧-୪ ବ୍ୟବଧାନରେ ହାରିଯାଇଥିଲେ । ଭାରତର ଅନ୍ୟତମ ପ୍ରତିଯୋଗୀ ଲଭଲିନା ବୋର୍ଗୋହେନ, ଆଲଫିଆ ପଠାନ ଓ ସ୍ୱିଟି ସ୍ୱର୍ଣ୍ଣ ପଦକ ଲଢ଼ି ସଫଳତା ହାସଲ କରିଛନ୍ତି । ଫଳରେ ଏସିଆନ୍ ଚାମ୍ପିଅନ୍ିସପରେ ପର୍ବିନଙ୍କ ସହ ଲଭଲିନା ସ୍ୱିଟି ଓ ଆଲିଫିଆ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ୱିଟି ୮୧ କେଲୋଗ୍ରାମ୍ ଓ ଆଲଫିଆ ୮୧ କିଲୋଗ୍ରାମ୍ରୁ ଊଦ୍ଧ୍ୱର୍ ଏବଂ ଲଭଲିନା ୭୫ କିଲୋଗ୍ରାମ୍ ବର୍ଗରେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ।

Comments are closed.