ବିଦାୟ ନେଲେ ବିଚାରପତି ୟୁ ୟୁ ଲଳିତ, ଆସନ୍ତାକାଲି ପ୍ରଧାନ ବିଚାରପତିର ଭାବେ ଶପଥପାଠ ଗ୍ରହଣ କରିବେ ଚନ୍ଦ୍ରଚୂଡ଼

ଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଭାବେ ଚିଫ୍‌ ଜଷ୍ଟିସ ୟୁୟୁ ଲଳିତଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସୋମବାର ତାଙ୍କ କାର୍ଯ୍ୟକାଳର ଶେଷ ଦିନ ରହିଥିବାବେଳେ ୮ ତାରିଖରେ ଅବସର ନେଇଛନ୍ତି । ୟୁ ୟୁ ଲଳିତଙ୍କ ପରେ ଦେଶର ୫୦ତମ ପ୍ରଧାନବିଚାରପତି ଭାବେ ୱାଇ ଭି ଚନ୍ଦ୍ରଚୂଡ଼ ଆସନ୍ତାକାଲି ଶପଥପାଠ ଗ୍ରହଣ କରିବେ । ତେବେ କାର୍ଯ୍ୟଦିବସର ଶେଷ ଦିନରେ ୟୁ ୟୁ ଲଳିତ ମୋଟ ୬ଟି ମାମଲା ଉପରେ ସେ ଶୁଣାଣୀ କରିଥିବା ସୂଚନା ମିଳିଛି ।

ବିଦାୟୀକାଳିନ ଭାଷଣରେ ମୁଖ୍ୟ ବିଚାରପତି ନିଜର ୩୭ବର୍ଷର କ୍ୟାରିୟରକୁ ମନେପକାଇ କହିଥିଲେ ଯେ, ଏହା ତାଙ୍କ ପାଇଁ ବେଶ ଭଲ ଅନୁଭୁତିର ସମୟ ଥିଲା । ଯେଉଁଥିରେ ସେ ଅନେକ କିଛି ଅଭିଜ୍ଞତା ପାଇଥିବା କର୍ମଜୀବନର ଯାତ୍ରାର ବେଶ ଆନନ୍ଦ ଉଠାଇଛନ୍ତି ।

ସୂଚନା ଥାଉଯେ, ଚଳିତ ବର୍ଷ ସେପେଫମ୍ବର ପ୍ରଥମ ସପ୍ତାହରେ ଜଷ୍ଟିସ ଲଳିତ ବରିଷ୍ଠ ଆଇନଜୀବୀ ମାନ୍ୟତା ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ଖାରଜ କରି ଦେଇଥିଲେ । ଗତ ସପ୍ତାହରେ ସମ୍ବିଧାନର ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରି ହେମଗିରିସ୍ଥିତ ମହାନଦୀ ଖୋଲାମୁହଁ କୋଇଲା ଖଣି ବିସ୍ଥାପିତ ୪ ଟି ଗାଁ କିରିପସିରା, ତୁମୁଳିଆ, ରତନସରା, ଝୁପୁରଙ୍ଗାରେ ୨୦୧୩ ଜମି ଅଧିଗ୍ରହଣ ନୀତି ଲାଗୁହେବ ବୋଲି ରାୟ ଦେଇଥିଲେ । ଫଳରେ ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ, ନିଯୁକ୍ତି ସୁବିଧାର ବାଟ ଖୋଲିବା ସମ୍ଭବପର ହୋଇପାରିଛି ।

ସେହପରିି ଗତ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓସିଏଲ୍‌ ଏବଂ ରାଉରକେଲା ଇସ୍ପାତ କାରଖାନା ଇଣ୍ଡଷ୍ଟ୍ରିଆଲ ଏରିଆକୁ ଓଡ଼ିଶା ପ୍ରବେଶ କର ଆଇନ ପରିସରଭୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ କାଏମ ରଖିଥିଲେ ।

Govt

Comments are closed.