ମସ୍କୋ: ଯୁଦ୍ଧ ଲଢ଼, ନହେଲେ ଗୁଳି ଖାଅ । ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ । ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି କିଛି ଦାବି କରିଛି । ବ୍ରିଟେନ ଦାବି କରିଛି ଯେ, ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୁଷ ଏଥିପାଇଁ ଏକ ସ୍ୱ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି । ରୁଷ ସେନା ମଧ୍ୟରେ ଯୁଦ୍ଧକୁ ନେଇ ଉତ୍ସାହ ଏବଂ ମନୋବଳ ହ ୍ରାସ ପାଇଥିବାରୁ ପୁଟିନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ରିପୋର୍ଟ ମୁତାବକ, ଯଦି ଚେତାବନୀ ଦେବା ପରେ ମଧ୍ୟ ସୈନିକମାନେ ମାନିବାକୁ ପ୍ରସ୍ତୁତ ନହୁଅନ୍ତି ତେବେ ସେମାନଙ୍କୁ ଗଳି କରିବାକୁ ମଧ୍ୟ ପୁଟିନ କହିଛନ୍ତି । ଖବର ଅନୁଯାୟୀ, ଖାର୍ସେନରେ ୟୁକ୍ରେନ ସୈନ୍ୟମାନଙ୍କର ବଢୁଥିବା ପ୍ରଭାବକୁ ଦେଖି ଯୁଦ୍ଧରୁ ଓହରିଯିବାକୁ ଅନୁରୋଧ କରୁଛନ୍ତି ପୁଟିନଙ୍କ ସୈନ୍ୟଛ ଯାହାକୁ ପୁଟିନ ଗ୍ରହଣ କରୁନାହାନ୍ତି । ସେପେଫମ୍ବର ମାସରେ ରୁଷକୁ ମିଳିଥିବା ବଡ ବିଫଳତା ଓ ୟୁକ୍ରେନ୍ ପୁଣିଥରେ ନିଜ ଅଞ୍ଚଳକୁ କ°ା କରିବା ପରେ ରୁଷ ସୈନିକଙ୍କ ମନୋବଳ ଭାଙ୍ଗି ଯାଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି ।

Comments are closed.