ମେଲବୋର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଗ୍ରୁପ-୧ରୁ ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡ ତଥା ଗ୍ରୁପ-୨ରୁ ଭାରତ ଓ ପାକିସ୍ତାନ ଚୂଡାନ୍ତ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆଗାମୀ ୯ ତାରିଖରେ ପ୍ରଥମ ସେମିଫାଇନାଲ ନୁ୍ୟଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରରେ ଖେଳାଯିବାକୁ ଥିବା ବେଳେ ୧୦ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ପାଇଁ କଡା ମୁକାବିଲା ହେବ। ରବିବାର ସୁପର-୧୨ ପର୍ଯ୍ୟାୟର ଶେଷ ମୁକାବିଲାରେ ଭାରତ, ପାକିସ୍ତାନ ଓ ନେଦରଲାଣ୍ଡସ୍ ବିଜୟୀ ହେବା ସହ ସେମିଫାଇନାଲ ଲାଇନ୍ଅପ୍ ଚୂଡାନ୍ତ ହୋଇଥିଲା।
ଜିମ୍ବାେୱକୁ ଧରାଶାୟୀ କଲା ଭାରତ
ଶେଷ ସୁପର-୧୨ ମୁକାବିଲାରେ ଟିମ୍ ଇଣ୍ଡିଆ ୭୧ରନ୍ ବ୍ୟବଧାନରେ ଜିମ୍ବାେୱକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ରନ୍ କରିଥିଲା। ଏହାର ଜବାବରେ ଜିମ୍ବାେୱ ଦଳ ୧୭.୨ ଓଭରରେ ୧୧୫ରନ କରିବାକୁ ସକ୍ଷମ ହୋଇଥିଲା। ୨୫ ବଲରୁ ୬୧ରନ୍ର ଅପରାଜିତ ଇନିଂସ୍ ଖେଳିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା।
ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପି ନେଇଥିଲେ। ଓପନର ଲୋକେଶ ରାହୁଲ ଓ ରୋହିତ ପାଳି ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ୱିକେଟ୍ ପାଈଁ ବଡ ସ୍କୋର ହୋଇପାରି ନଥିଲା। ଦଳୀୟ ସ୍କୋର ୨୭ରନ୍ ବେଳେ ରୋହିତ ୧୩ ବଲରୁ ୧୫ରନ୍ କରି ପାଭିଲିୟନ ଫେରିଥିଲେ। କି;ୁ ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଲୟକୁ ଫେରିଥିବା ରାହୁଲୁ ଜିମ୍ବାେୱ ବିପକ୍ଷରେ ମଧ୍ୟ ୩୫ ବଲରୁ ୫୧ରନ୍ ସଂଗ୍ରହ କରି ସମାଲୋଚନାକାରୀଙ୍କୁ ମୁହଁ ଚୁପ କରିଦେଇଥିଲେ। ଭଲ ଫର୍ମରେ ଥିବା ବିରାଟ କୋହଲି ୨୫ ବଲରୁ ୨୬, ସୂର୍ଯ୍ୟକୁମାର ବିସ୍ପୋରକ ୨୫ ବଲରୁ ୬୧ରନ ଯୋଗୁଁ ଦଳୀୟ ସ୍କୋର ୧୮୬/୫ରେ ପହି ଥିଲା। ୱିକେଟ କିପର ଦିନେଶ କା ର୍କଙ୍କ ସ୍ଥାନରେ ରିଷଭ ପନ୍ତଙ୍କଭୁ ଏହି ମ୍ୟାଚରେ ସୁଯୋଗ ମିଳିଥିଲା। ହେଲେ ପନ୍ତ ୫ ବଲରୁ ୩ରନ୍ କରି ପାଭିଲିୟନ ଫେରିଯାଇଥିଲେ।
ଭାରତୀୟ ଶୃଙ୍ଖଳିତ ବୋଲିଂ ଆଗରେ ଜିମ୍ବାେୱ ୧୮୭ରନର ବିଜୟ ଲକ୍ଷ୍ୟରେ ପହିବା କଷ୍ଟ ଥିଲା। ଓପନର ୱିସଲୀ ମାଧେବୀର ୦, କ୍ରେଗ୍ ଏରଭିନ୍ ୧୩ରନ୍ ରେଗିସ୍ ଚକଭା ୦ରନ୍ କରି ଆଉଟ୍ ହେବାରୁ ୩୬ରନ୍ ମଧ୍ୟରେ ଜିମ୍ବାେୱ ୫ ୱିକେଟ ହରାଇ ବ୍ୟାକ୍ ଫୁଟକୁ ଚାଲିଯାଇଥିଲା। କେବଳ ସିକନ୍ଦର ରାଜା ୩୪ରନ୍ ଓ ର୍ୟାନ୍ ବ୍ରୁଲ ୩୫ରନ୍ କରିବାରୁ ଦଳୀୟ ସ୍କୋର ୧୧୫ରେ ପହିପାରି ଥିଲା। ବ୍ୟାଟିଂ ଭଳି ଭାରତର ବୋଲିଂ ଜମାଣିଆ ଥିଲା। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୩ଟି, ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ଗୋଟିଏ କରି ସଫଳତା ପାଇଥିଲେ।

Comments are closed.