ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଙ୍କ ପରଲୋକ

ଜଗତସିଂପୁର : ଆଉ ନାହାନ୍ତି ବାଲିକୁଦା ଗାନ୍ଧୀ I ଜଗତସିଂପୁର ବାଲିକୁଦା ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଙ୍କ ପରଲୋକ I ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଝିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା I ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ I ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ ଓ ଗତ ୮ ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ I ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି I

ଶ୍ରୀ ବିଶ୍ୱନାଥ ଦାସ୍ଙ୍କର ଜନ୍ମ ୧୯୧୭ ମସିହା ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ଭଗବାନ ସିଣ୍ଢଳ ଗାଁରେ ହୋଇଥିଲା I ତାଙ୍କ ପିତାଙ୍କ ନାମ ଥିଲା ଘନଶ୍ୟାମ ଦାସ ଓ ମାତା ବେଲ ଦେଇ । ଶ୍ରୀ ଦାସ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ୧୬ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ପରେ ସେ ଭାରତଛାଡ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇ ସହଯୋଗୀମାନଙ୍କ ସହ ମିଶି କଟକରେ ବ୍ରିଟିଶ ବିରୋଧୀ ସଭା କରିଥିଲେ । ଏହି ସମୟରେ ସେ ୨ ଥର ଜେଲ୍‌ ମଧ୍ୟ ଯାଇଥିଲେ । ରେ ସେ ୨୦୧୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ଵତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୨୦୨୦ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ଦ୍ଵିତୀୟ ଥର ସମ୍ବର୍ଦ୍ଧିତ ହୋଇଥିଲେ ଏହା ସହ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ ବିଶ୍ଵନାଥ।

Govt

Comments are closed.