ସୁନା ଗହଣା କିଣୁଥିଲେ ଧ୍ୟାନ ଦିଅ;ୁ

ସୁନା ଗହଣା କିଣିବା ସମୟରେ ଆପଣ ଏତେ ଉତ୍ସାହିତ ହୋଇଯାଇଥାନ୍ତି ଯେ, ଠକାମୀର ଶିକାର ହେବାର ସମ୍ଭାବନା ଥାଏ । ବିଶେଷ କରି ପର୍ବପର୍ବାଣୀ ସମୟରେ ଏପରି ଠକାମୀର ଶିକାର ହେବାର ସମ୍ଭାବନା ଅଧିକ ଥାଏ । ହାତରେ ସମୟ ଅଭାବ ଓ ଦୋକାନରେ ଭିଡ କାରଣରୁ ଆପଣ ବହୁ ଜିନିଷ ଲକ୍ଷ୍ୟ କରି ପାରି ନ ଥାନ୍ତି । ଏହାର ସୁଯୋଗ ନେଇ ଗହଣା ଦୋକାନୀ ଆପଣଙ୍କୁ ଠକିବାକୁ ସୁଯୋଗ ପାଇଥାଏ । ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ କେତେକ ଜିନିଷ ଉପରେ ଧ୍ୟାନ ଦେବାକୁ ହେବ ।

୧- ସୁନା କିଣିବା ପୂର୍ବରୁ ନିଜ ସହରରେ ସୁନା ମୂଲ୍ୟ କେତେ ଅଛି ସେ ବିଷୟରେ ଆପଣ ପ୍ରଥମେ ଜାଣି ନିଅ;ୁ । ଗୋଟିଏ ଦୋକାନରୁ ନୁହେଁ ଏକାଧିକ ଦୋକାନରୁ ଏ ବିଷୟରେ ତଥ୍ୟ ସଂଗ୍ରହ କର;ୁ । ଆପଣ ଏପରି ଦୋକାନରୁ ସୁନା ଜିନିଷ କିଣ;ୁ ଯାହା ଆପଣଙ୍କ ଘର ପାଖାପାଖି ଅଟେ ଓ ଯାହା ଉପରେ ଆପଣଙ୍କର ବିଶ୍ୱାସ ରହିଛି ।

What to Look for When Buying Gold Jewellery

୨-ଆପଣ କେତେ କ୍ୟାରେଟ୍‌ ସୁନା କିଣିବେ ତାହା ପୂର୍ବରୁ ନିର୍ଣ୍ଣୟ କରି ନିଅ;ୁ । ମନେ ରଖିବେ ଯେ କ୍ୟାରେଟ୍‌ ସହିତ ସୁନା ଗହଣାର ଗୁଣବତ୍ତା ଓ ମୂଲ୍ୟରେ ଅନ୍ତର ପରିଲକ୍ଷିତ ହୋଇଥାଏ ।

୩-ସୁନା କିଣିବା ସମୟରେ ଏହାର ମୂଲ୍ୟକୁ ବିଭାଜିତ କରି ଦେଖ;ୁ । ଅର୍ଥାତ୍‌ ଗହଣାର ଯାହା ମୂଲ୍ୟ ରହିଛି ସେଥିରେ ମେକିଂ ଚାର୍ଜ କେତେ ଓ ଜିଏସ୍‌ଟି କେତେ ତାହା ଜାଣି ନିଅ;ୁ । ସୁନା ଗହଣା କିଣିବା ପୂର୍ବରୁ ଗହଣାର ଓଜନ କେତେ ରହିଛି ତାହା ପରଖି ନିଅ;ୁ ।

୪-ସୁନା ଗହଣା କିଣିବା ପୂର୍ବରୁ ଗୁଣବତ୍ତା ଭଲ ଭାବେ ପରଖି ନିଅ;ୁ । ସବୁଠାରୁ ବୁଦ୍ଧିମାନର କାମ ହେଉଛି ହଲ୍‌ମାର୍କ ଚିହ୍ନ ଦେଖି ସୁନାଗହଣା କିଣ;ୁ । ଏହି ହଲ୍‌ମାର୍କ ଚିହ୍ନ ହେଉଛି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଗ୍ୟାରେଣ୍ଟି । ଏହି ହଲ୍‌ମାର୍କର ନିର୍ଦ୍ଧାରଣ ଭାରତର ଏକମାତ୍ର ଏଜେନ୍ସି ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) କରିଥାଏ । ଏହାର ଫାଇଦା ହେଉଛି ଯେତେବେଳେ ଆପଣ ଏହାକୁ ବିକିବାକୁ ଯିବେ କିମ୍ବା ବଦଳ କରିବାକୁ ଯିବେ ସେତେବେଳେ ଏଥିରୁ ଡେପ୍ରିସିଏସନ୍‌ କଷ୍ଟ କଟିଯିବ ନାହିଁ ।

What to Look for When Buying Gold Jewellery

୫-ଯଦି କେହି ଗହଣା ଦୋକାନୀ ଆପଣଙ୍କୁ ୨୪ କ୍ୟାରେଟ୍‌ ସୁନାର ଗହଣା ଦେଉଛି ବୋଲି ଦାବୀ କରେ ତେବେ ଆପଣ ଜାଣି ନିଅ;ୁ ଯେ, ଏହା ନକଲି ଅଟେ । କାରଣ ୨୪ କ୍ୟାରେଟ୍‌ ସବୁଠାରୁ ଶୁଦ୍ଧ ସୁନା ଅଟେ ଓ ଏଥିରେ ଗହଣା ତିଆରି ହୁଏ ନାହିଁ । ୨୪ କ୍ୟାରେଟ୍‌ ସୁନାରେ ଗହଣା ତିଆରି ହେଲେ ଏହା ଖୁବ୍‌ ଶୀଘ୍ର ଭାଙ୍ଗିଯିବ । କାରଣ ଏହା ବହୁତ ମୁଲାୟମ୍‌ ହୋଇଥାଏ ।

୬-ସାଧାରଣତଃ ଗହଣା ତିଆରି ପାଇଁ ୨୨ କ୍ୟାରେଟ୍‌ ସୁନାର ଉପଯୋଗ କରାଯାଇଥାଏ । ଏଥିରେ ୯୧.୬୬ ପ୍ରତିଶତ ସୁନା ରହିଥାଏ । ହଲ୍‌ମାର୍କ ଉପରେ ୫ଗୋଟି ସଂଖ୍ୟା ରହିଥାଏ । ବିଭିନ୍ନ କ୍ୟାରେଟ୍‌ର ହଲ୍‌ମାର୍କ ଅଲଗା ହୋଇଥାଏ । କ୍ୟାରେଟ୍‌ ଅନୁସାରେ ହଲ୍‌ମାର୍କ ନମ୍ବର: ୨୨ କ୍ୟାରେଟ୍‌ ଉପରେ ୯୧୬, ୨୧ କ୍ୟାରେଟ୍‌ ଉପରେ ୮୭୫ ଓ ୧୮ କ୍ୟାରେଟ୍‌ ଉପରେ ୭୫୦ ଲେଖା ହୋଇଥାଏ । ଏହାଦ୍ୱାରା ଶୁଦ୍ଧତା ଉପରେ କୌଣସି ପ୍ରକାର ସନ୍ଦେହ ରହେ ନାହିଁ ।

Govt

Comments are closed.