ଭୁବନେଶ୍ୱର: ଗତକାଲି ସୁନ୍ଦରଗଡ଼ର ଝିଅ ମୋନିକା ସାଥୁଆ ମିସ୍ ଓଡ଼ିଶା ୨୦୨୨ର ତାଜ୍ ଜିତି ନିଜ ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ସପ୍ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗତ ତା ୧୨.୧୦.୨୦୨୨ରିଖ ରେ ଜେମେସ ମିସ୍ ଓଡିଶା ୨୦୨୨ ସୁନ୍ଦରୀ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଓଡିଆ ଝିଅମାନେ ଅଂଶ ଗ୍ରହଣ କରିଥିଲେ । ଯେଉଁମାନେ କି ବିଭିନ୍ନ ଟେଲି ଅଭିନେତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ଉଚ୍ଚ ଶିକ୍ଷାଲାଭ କରିଥିବା ଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରୁ ପାରଦର୍ଶିତା ହାସଲ କରିଥିବା ଝିଅମାନେ ଅଂଶଗ୍ରହଣ କରିଥିଲେ ।

ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ଏକkିକ୍ୟୁଟିଭ୍ ଡାଇରେକଫର ଦୀପକ ମହାନ୍ତି ଏବଂ ଡାଇରେକଫର ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଲିଉଡ ଓ ବଲିଉଡ୍ ର କିଛି କଳାକାର ଓ ଅତିଥି ମାନେ ଯୋଗ ଦେଇଥିଲେ । ଶ୍ରେଷ୍ଠ ୨୦ ପ୍ରତିଯୋଗୀ ମଧ୍ୟରୁ ବିଭିନ୍ନ ବିଭାଗରେ ୮ ଜଣଙ୍କୁ ବିଜେତା ଘୋଷଣା କରାଯାଇଥିଲା । ପ୍ରତିଯୋଗୀ ମାନଙ୍କ ମଧ୍ୟରେ ୮ ଜଣଙ୍କ ମଧ୍ୟରେ ୩ ଜଣଙ୍କୁ ବିଜେତା ଘୋଷଣା କରାଯାଇଥିଲା ଓ ସେମାନଂକ ମଧ୍ୟରେ ସୁନ୍ଦରଗଡର ମୋନିକା ସାଥୁଆ ବିଜେତା ଘୋଷିତ ହୋଇଥିଲେ ।

Comments are closed.