‘ମେଟା’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଋଷ

ମସ୍କୋ: ମାର୍କ ଜୁକରବର୍ଗଙ୍କ ସୋସିଆଲ ମିଡିଆ ସଂସ୍ଥା ‘ମେଟା’କୁ ଋଷ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି । ଗତ ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟଗ୍ରାମ ଏବଂ ଟ୍ୱିଟ୍‌ରକୁ ଋଷ ନିଷିଦ୍ଧ କରିବା ସହ ଏଗୁଡିକ ଚରମପନ୍ଥୀ କାର୍ଯ୍ୟକଳାପରେ ସମ୍ପୃକ୍ତ ନେଇ ଅଭିଯୋଗ ଆଣିଥିଲା । ୟୁକ୍ରେନର ସୋସିଆଲ ମିଡିଆ ବ୍ୟବହାରୀଙ୍କୁ ଋଷ ବିରୋଧରେ ‘ମେଟା’ ତଥା ଫେସବୁକ ମିଥ୍ୟା ତଥ୍ୟ ଦେଉଥିବା ଋଷ ଅଭିଯୋଗ କରିଛି ।

ଋଷ ସେନାକୁ ନେଇ ବିଭ୍ରାନ୍ତିକର ତଥ୍ୟ ସେୟାର କରିବାକୁ ମେଟା ସୁଯୋଗ ଦେଉଥିବା ଋଷ କହିଛି । ଋଷକୁ ଯୋଜନାବଦ୍ଧଭାବେ ବଦନାମ କରିବା ପାଇଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ପଶ୍ଚିମଦେଶଗୁଡିକର ହାତବାରିସି ସାଜିଥିବା ଅଭିଯୋଗ ହୋଇଛି । ଯୁଦ୍ଧକୁ ନେଇ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ଖବର ପ୍ରସାର କରିବା ଏବଂ ହିଂସା ପାଇଁ ଉସୁକାଇବାରେ ମେଟା ସାମିଲ ଥିବାରୁ ଏହାକୁ ଋଷ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି ।

Govt

Comments are closed.