ସୁପ୍ରିମକୋର୍ଟଙ୍କ ପାଇଁ ଐତିହାସିକ ଦିନ,ୱେବସାଇଟ ମାଧ୍ୟମରେ ଶୁଣାଣିର ହେବ ସିଧାପ୍ରସାରଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ I ଆଜିଠାରୁ ୱେବସାଇଟ ମାଧ୍ୟମରେ ସାମ୍ୱାଧାନିକ ଖଣ୍ଡପୀଠର ସମସ୍ତ ଶୁଣାଣିର ହେବ ସିଧାପ୍ରସାରଣ I ଏହି ମାମଲାରେ ଇଡବ୍ଳ୍ୟୁଏସ ଆରକ୍ଷଣ,ମହାରାଷ୍ଟ୍ର ଶିବସେନା ବିବାଦ ଓ ଦିଲ୍ଲୀ-କେନ୍ଦ୍ର ଭଳି ମାମଲା ସାମିଲ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଗତ ମଙ୍ଗଳବାର ଫୁଲ କୋର୍ଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ଶୁଣାଣିକୁ webcast.gov.in/scindia/ ୱେବସାଇଟ୍ ମାଧ୍ୟମରେ ଦେଖାଯାଇପାରିବ I

ସୂଚନାଥାଉକି, ଗତ ଜୁଲାଇରେ ସୁପ୍ରିମକୋର୍ଟର ତକ୍ରାଳୀନ ସିଜେଓ ଏନଭି ରମଣା କହିଥିଲ ଯେ ସୁପ୍ରିମ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ଲାଇଭ ଷ୍ଟ୍ରିମିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ସୁପ୍ରିମକୋର୍ଟ କିଛି ଅଦାଲତରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବା ବିଷୟରେ କହିଥିଲେ I ସେହିପରି ୨୬ ସେପ୍ଟେମ୍ବର ୨୦୧୮ରେ ଜଣେ ଆଇନ ଛାତ୍ରଙ୍କ ଆବେଦନକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିରେ ସାମ୍ବିଧାନିକ ଓ ରାଷ୍ଟ୍ରୀୟ ମାମଲା ଗୁଡ଼ିକର ଶୁଣାଣିର ସିଧା ପ୍ରସାରଣ କରିବାକୁ ଅନୁମତି ଦିଆଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ଉଦ୍ଧବ ଠାକରେ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ମାମଲାର ହୋଇଥିଲା ସିଧାପ୍ରସାରଣ। ଏହାସହିତ ଏଥିରେ ଆର୍ଥିକ ରୂପେ ଦୁର୍ବଳ(ଏଡବ୍ଲୁଏସ) ପାଇଁ ୧୦ ପ୍ରତିଶତ ସରଂକ୍ଷଣର ସାମ୍ୱିଧାନିକ ବୈଧତା, ଭୋପାଳ ଗ୍ୟାସ ଟ୍ରାଜେଡୀରେ କ୍ଷତିପୂରଣ ରାଶି ପରି ପ୍ରସଙ୍ଗ ଗୁଡିକର ମଧ୍ୟ ସିଧା ପ୍ରସାରଣ ହେବାକୁ ରହିଛି I

Govt

Comments are closed.