ଲଣ୍ଡନ୍: ରାଣୀ ଦ୍ୱିତୀୟ ଏଲିଜାବେଥ୍ ତାଙ୍କୁ ତାଙ୍କ ମାଆଙ୍କ କଥା ସ୍ମରଣ କରାଇ ଦେଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିବା କଥା ଏକ ଗଣମାଧ୍ୟମ ରିପୋର୍ଟ କରିଛି ।
ବକିଙ୍ଗ୍ହାମ୍ ପ୍ରାସାଦ ଅଭିମୁଖେ ଯିବା ଆଗରୁ ଆମେରିକାର ରାଷ୍ଟ୍ରପତି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ବୋଲି ‘ବିବିସି’ ରିପୋର୍ଟ କରିଛି । ବକିଙ୍ଗ୍ହାମ୍ ପାଲେସରେ ରାଷ୍ଟ୍ରପତି ବାଇଡେନ୍ ଓ ଫାଷ୍ଟ୍ଲେଡି ଜିଲ୍ ବାଇଡେନ୍ ବିଶ୍ୱ ନେତୃବୃନ୍ଦ ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ରାଜା ତୃତୀୟ ଚାର୍ଲସ୍ ଆୟୋଜନ କରିଥିବା ଅଭ୍ୟର୍ଥନାରେ ଯୋଗ ଦେଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ।
ବାଇଡେନ୍ କହିଛନ୍ତି, ରାଣୀଙ୍କ ହାବଭାବରୁ ଜଣାପଡୁ ଥିଲା ସତେଅବା ସେ ପଚାରୁଛନ୍ତି, ତୁମେ ଭଲ ଅଛି ତ ? ତୁମ ପାଇଁ କିଛି କରିପାରେ କି? ତୁମର କିଛି ଦରକାର ଅଛି କି? ତୁମର ଯାହା କରିବା କଥା ତାହା କରିଛି ବୋଲି ଯେମିତି ସୁନିଶ୍ଚିତ ହୁଅ । ରାଣୀଙ୍କ ହାବଭାବ ମୋତେ ମୋ ମାଆଙ୍କ କଥା ମନେପକାଇ ଦିଏ । ସସମ୍ମାନ ଜନସାଧରଣଙ୍କର ଚର୍ଚ୍ଚା କରାଯିବା ବିଷୟରେ ରାଣୀ ଜଣାଇ ଦେବାକୁ ଚାହୁଁଥିଲେ ବୋଲି ବାଇଡେନ୍ କହିଛନ୍ତି । ପୂର୍ବରୁ ରାଣୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ବେଳେ ବାଇଡେନ୍ ତାଙ୍କୁ ଭଦ୍ରା ଏବଂ ସମ୍ମାନନୀୟା ବୋଲି କହିଥିଲେ ।
ରାଣୀଙ୍କ ଉଦ୍ଦେଶ୍ୟରେ ଥିବା ଔପଚାରିକ ଶୋକପୁସ୍ତକରେ ସ୍ୱାକ୍ଷର କରିସାରିବା ପରେ ଲାନେPଷ୍ଟର୍ ହାଉସରେ ଉଦ୍ବୋଧନ ଦେବା ବେଳେ ବାଇଡେନ୍ କହିଥିଲେ ଯେ, ତାଙ୍କ ଦେଶ ଇଂଲଣ୍ଡ୍ ସମସ୍ତ ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଉଛି ।
ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି, ସିଂହାସନରେ ତାଙ୍କୁ ୭୦ ବର୍ଷକାଳ ପାଇଥିବାରୁ ଆପଣମାନେ ଭାଗ୍ୟବାନ, ଆମେ ସମସ୍ତେ ବିଛ ସେ ବିଶ୍ୱବାସୀଙ୍କର ଉନ୍ନତି କରିଥିଲେ ।

Comments are closed.