’ୟୁଜ୍‌ ଆଣ୍ଡ୍‌ ଥ୍ରୋ’ ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି : କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‌ : କେରଳ ହାଇକୋର୍ଟ ଆଜିର ସମାଜରେ ବିବାହ ଓ ଏହାର ପବିତ୍ରତା ନଷ୍ଟ ହେଉଥିବା ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ୍‌ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍‌ ସୋଫି ଟମାସଙ୍କ ଖଣ୍ଡପୀଠ କହିଲେ ଯେ ‘ୟୁଜ୍‌ ଆଣ୍ଡ୍‌ ଥ୍ରୋ’ (ବ୍ୟବହାର କର ଓ ଫିଙ୍ଗିଦିଅ) ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି ଏବଂ ଆଜିର ଯୁବପିଢ଼ିି ବିବାହକୁ ଏକ ପାପ ବୋଲି ଭାବୁଛନ୍ତି ।

’ୟୁଜ୍‌ ଆଣ୍ଡ୍‌ ଥ୍ରୋ’ ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି : କେରଳ ହାଇକୋର୍ଟ

ଖଣ୍ଡପୀଠ କହିଲେ ଯେ ଆଜିକାଲି ଅନେକ ବିବାହ କରିବାକୁ ଚାହୁନାହାନ୍ତି କାରଣ ସେମାନେ କେଣସି ଦାୟିତ୍ୱ ମୁଣ୍ଡାଇବାକୁ ପ୍ରସ୍ତୁତ ନୁହନ୍ତି । ଆଗରୁ ଧାରଣା ଥିଲା ‘ୱାଇଫ୍‌’ମାନେ ‘ୱାଇଜ୍‌ ଇନେଭେମେଣ୍ଟ ଫର୍‌ ଏଭର୍‌’, କି;ୁ ଆଜିକାଲି ଯୁବପିିଢ଼ି ‘ୱାଇଫ୍‌’କୁ ଭାବୁଛନ୍ତି ‘ଓରି ଇନଭେଇଟେଡ୍‌ ଫର୍‌ ଏଭର୍‌’ । ମନେହୁଏ ଆଜିକାଲିକାର ‘ୟୁଜ୍‌ ଆଣ୍ଡ୍‌ ଥ୍ରୋ’ ଉପଭୋକ୍ତା ସଂସ୍କୃତି ବୈବାହିକ ସମ୍ପର୍କକୁ ପ୍ରଭାବିତ କରିଛି ।

ଲିଭ୍‌-ଇନ୍‌ ସମ୍ପର୍କ (ବିବାହ ନ କରି ସ୍ୱାମୀ-ସ୍ତ୍ରୀ ପରି ଚଳିବା) ଦିନକୁ ଦିନ ବୃଦ୍ଧି ପାଇବା ଦେଖାଯାଉଛି, ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେତେବେଳେ ମନୋମାଳିନ୍ୟ ହେବ ବା ସମ୍ପର୍କରେ ଫାଟ ସୃଷ୍ଟି ହେବ ‘ଗୁଡବାୟ’ କହି ଚାଲିଯିବା । ଖଣ୍ଡପୀଠ କହିଥିଲେ ଯେ, ଭଗବାନଙ୍କ ନିଜ ପ୍ରଦେଶ ଭାବେ ଜଣାଶୁଣା କେରଳ ଏକଦା ଉତ୍ତମ ପାରିବାରିକ ବନ୍ଧନ ପାଇଁ ବିଖ୍ୟାତ ଥିଲା । କି;ୁ ଆଜିକାଲି ଆଉ ତାହା ନାହିଁ । ପରକୀୟା ପ୍ରୀତି ବା ଅନ୍ୟ ସ୍ୱାର୍ଥପର କାରଣ ପାଇଁ ବୈବାହିକ ବନ୍ଧନ ଭାଙ୍ଗିଯାଉଛି । ପିଲାମାନଙ୍କ ଭବିଷ୍ୟତ ପାଇଁ ବି ସେମାନେ ଚିନ୍ତିତ ନୁହନ୍ତି । ଏପରି ଭଗ୍ନ ପରିବାରଗୁଡ଼ିକରୁ ଆସୁଥିବା ଛୋଟ ପିଲା ଓ ବୁଢ଼ାବୁଢ଼ୀଙ୍କ କାନ୍ଦଣା ସାମାଜିକ ବିବେକକୁ ଦୋହଲାଇ ଦେଉଛି । ଯେତେବେଳେ ସଂସାରରେ କଳହରତ ଦମ୍ପତି, ପରିତ୍ୟକ୍ତ ଶିଶୁ ଓ ହତାଶ ସ୍ୱାମୀ-ପରିତ୍ୟକ୍ତା ସ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ସେତେବେଳେ ସାମାଜିକ ଜୀବନର ଶାନ୍ତି ସାଂଘାତିକ ଭାବେ ବ୍ୟାହତ ହେବ ଏବଂ ଆମ ସାମାଜିକ ବିକାଶ ବ୍ୟାହତ ହେବ । ଗୋଟିଏ ଛାଡ଼ପତ୍ର ମାମଲାର ବିଚାର କରିବା ଅବସରରେ କୋର୍ଟ ଏହି ମତ ବ୍ୟକ୍ତ କରିଛନ୍ତି ।

Govt

Comments are closed.