ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚୋଭଙ୍କ ଦେହାନ୍ତ

ସୋଭିଏତ୍ ସଂଘ ର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚୋଭଙ୍କ ଦେହାନ୍ତ I ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ I ମସ୍କୋର ଏକ ହସପିଟାଲରେ ଚି଼କୀତ୍ସାଧିନ ଥିବାବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।ମିଖାଇଲ୍ ଗୋର୍ବାଚେIଭ ୟୁନାଇଟେଡ୍ ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍ (ୟୁଏସ୍ଏସ୍ଆର୍) ର ଶେଷ ନେତା ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱର ବୃହତ୍ତମ ଦେଶ ସୋଭିଏତ୍ ୟୁନିଅନ୍ ବିଭିନ୍ନ ଦେଶରେ ବିଭକ୍ତ ହୋଇଥିଲା। ଏହା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା। ସୋଭିଏତ ରୁଷର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ସେ ଆରମ୍ଭ କରିଥିବା ପେରିସ୍ତ୍ରୋଇକା ଓ ଗ୍ଲାସ୍ତନସ୍ତ ବ୍ୟବସ୍ଥା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା।

ଆମେରିକା ସହିତ ସୋଭିଏତ୍ ୟୁନିଅନର ଚାଲିଥିବା ଶୀତଳ ଯୁଦ୍ଧକୁ ଗୋର୍ବାଚୋଭ ବିନା ରକ୍ତପାତରେ ସମାପ୍ତ କରିଥିଲେ I ତଥାପି ସୋଭିଏତ୍ ୟୁନିଅନ୍ କୁ ବିଭାଜିତ ହେବାରେ ରୋକି ପାରି ନ ଥିଲେ I ସେ ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମଧ୍ୟ ଥିଲେ । ୧୯୩୧ ମାର୍ଚ୍ଚ ୨ ତାରିଖରେ ଜନ୍ମ ହୋଇଥିବା ମିଖାଇଲ ଷ୍ଟାଲିନଙ୍କ ଶାସନରେ ବଡ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଜର୍ମାନୀର ଅତ୍ୟାଚାରକୁ ଅନୁଭବ କରିଥିଲେ । ସେ ୧୯୮୫ରେ ସୋଭିଏତ ସଙ୍ଘର ନେତା ନିର୍ବାଚିତ ହୋଇଥିଲେ । ୧୯୮୫ରୁ ୧୯୯୧ ଯାଏଁ ସେ ସୋଭିଏତ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ମଧ୍ୟ ଥିଲେ । ସେହିପରି ୧୯୮୮ରୁ ୧୯୮୯ ଯାଏଁ ସୁପ୍ରିମ ସୋଭିଏତ ପ୍ରୋସିଡିୟମର ଅଧ୍ୟକ୍ଷ ରହିଥିଲେ । ୧୯୮୮ରୁ ୧୯୯୧ ଯାଏଁ ସେ ଷ୍ଟେଟ୍ କଣ୍ଟ୍ରି ହେଡ୍ ଥିଲେ। ଏପରିକି ସେ ସୁପ୍ରିମ ସୋଭିଏତର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି। ସେ ସାମ୍ୟବାଦରେ ସୁଧାର କରିବାକୁ ଦାବି କରି କମ୍ୟୁନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ଶାସନ କାଳରେ ସେ ଆମେରିକା ସହ ଅସ୍ତ୍ରଶସ୍ତ୍ର ଡିଲକୁ ହ୍ରାସ କରି ପାଶ୍ଚାତ୍ୟ ରାଷ୍ଟ୍ର ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ବଡ଼ ପଦକ୍ଷେପ ଥିଲା। ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସୃଷ୍ଟି ବିଭାଜିତ ସମସ୍ୟାକୁ ହଟାଇବା ଏବଂ ଜର୍ମାନୀର ଏକତ୍ରିକରଣ କରିବାରେ ମିଖାଇଲ ଉଦ୍ୟମ କରିଥିଲେ।

ଆଜିର ରୁଷ କୁ ୟୁନାଇଟେଡ୍ ୟୁନିଅନ୍ ଅଫ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍ସ କୁହାଯାଉଥିଲା I ମିଖାଇଲ୍ ସୋଭିଏତ୍ ୟୁନିଅନର ଜଣେ ପ୍ରଭାବଶାଳୀ ନେତା ଥିଲେ ଯିଏ କମ୍ୟୁନିଷ୍ଟ ଶାସନରେ ସଂସ୍କାର ଆଣିବାରେ ନେତୃତ୍ୱ ନେଇଥିଲେ। ଗଣତାନ୍ତ୍ରିକ ନୀତି ଆଧାରରେ ସୋଭିଏତ୍ ସରକାର ଚଳାଇବାକୁ ଚାହୁଁଥିବା ଗୋର୍ବାଚୋଭ ଚାହୁଁଥିଲେ ଯେଉଁଥିରେ ସାଧାରଣ ଜନତା କିଛି ସ୍ୱାଧୀନତା ପାଇବେ । ମାତ୍ର ୧୯୮୯ ରେ ଯେତେବେଳେ ସୋଭିଏତ୍ ୟୁନିଅନର ପୂର୍ବ ୟୁରୋପୀୟ ଭାଗରେ ଗଣତନ୍ତ୍ର ସମର୍ଥକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏହାକୁ ଦମନ କରିବାକୁ ସେ ବଳ ପ୍ରୟୋଗ କରିଥିଲେ। ତଥାପି, ସେ ନିଜେ ଗ୍ଲାସ୍ତନସ୍ତ ସ୍ୱାଧୀନତା ର ସମର୍ଥନ କରିଥିଲେ I

 

Govt

Comments are closed.