ପୃଥିବୀରେ ଏକ ସନ୍ତୁଳନ ଜୀବଜଗତ ପାଇଁ ସମସ୍ତଙ୍କର ଆବଶ୍ୟକତା ରହିଥାଏ । କୀଟ ଠାରୁ ଆରମ୍ଭ କରି ବଡ ଜୀବ ସମସ୍ତଙ୍କୁ ମିଶାଇ ଦୁନିଆର ଇକୋସିଷ୍ଟମ ପ୍ରସ୍ତୁତ ହୋଇଛି । ଏଥିରେ କେହି ଜଣେ ବି ବିଲୁପ୍ତ ହୋଇଗଲେ ଅନ୍ୟମାନେ ଅସୁବିଧାରେ ପଡିବେ ।
ତେବେ ଏକ ଗବେଷଣାରେ ମିଳିଥିବା ସୂଚନା ଅନୁସାରେ ଦୁନିଆରେ କୀଟଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । କୁହାଯାଉଛି ୧୦୦ ବର୍ଷ ମଧ୍ୟରେ ଏମାନେ ବିଲୁପ୍ତ ହୋଇଯିବେ । ଫ୍ରାନ୍ସିସ୍କୋ ସଂଚେଞ୍ଜ ଓ କ୍ରିସ୍ ଏଜିୱାୟକୁୟସ୍ ନାମକ ଦୁଇ ବୈଜ୍ଞାନିକଙ୍କ ମତରେ, ଗତ ୪୦ ବର୍ଷରେ ପ୍ରକାଶିତ କୀଟମାନଙ୍କ ଦୀର୍ଘକାଳୀନ ସର୍ବେକ୍ଷଣକୁ ସମୀକ୍ଷା କରି ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡିଛି ୪୦ ପ୍ରତିଶତ କୀଟଙ୍କ ପ୍ରଜାତି ଆଗାମୀ କିଛି ବର୍ଷରେ ଲୋପ ପାଇଯିବ । ବୈଜ୍ଞାନିକଙ୍କ ମତରେ, ଯଦି ସମସ୍ତ କୀଟ ଲୋପ ପାଇଯିବେ ତେବେ ମଣିଷ ଜାତି ମଧ୍ୟ ଲୋପ ପାଇଯିବ । କାରଣ କୃଷି ସମ୍ପୂର୍ଣ୍ଣ ରୂପେ କୀଟଙ୍କ ଅସ୍ତିତ୍ୱରେ ନିର୍ଭରଶୀଳ ।
ଫସଲ ପାଇଁ ଆବଶ୍ୟକତା
ଫସଲ ପାଇଁ କୀଟର ଆବଶ୍ୟକତା ଖୁବ ଅଧିକ । ଏମାନଙ୍କ ବିଲୋପ ଦ୍ୱାରା ପୂରା ଖାଦ୍ୟଚକ୍ର ଭଙ୍ଗ ହୋଇଯିବ । କୃଷକ କୀଟମାନଙ୍କୁ ମାରିବା ପାଇଁ କୀଟନାଶକର ବ୍ୟବହାର କରୁଛନ୍ତି ଯାହା ତାଙ୍କ ଫସଲକୁ କ୍ଷତି ପହଞ୍ଚାଇଥାଏ । କିଛି କୀଟ ଏପରି ବି ଅଛନ୍ତି ଯେଉଁମାନେ କୃଷକଙ୍କ ମିତ୍ର ହୋଇଥାଆନ୍ତି ।
ସେହି କୀଟ କ୍ଷତିକାରକ କୀଟକୁ ଖାଇଯାଆନ୍ତି । ଅଧିକ କୀଟନାଶକର ବ୍ୟବହାର ମଧ୍ୟ କୀଟ ହା୍ରସ ପାଇବାର ଅନ୍ୟ ଏକ କାରଣ । କୀଟନାଶକର ଶିକାର ମିତ୍ରକୀଟ ଓ ଅନ୍ୟ ଜନ୍ତୁ ମଧ୍ୟ ହୋଇଥାଆନ୍ତି । କୀଟ ଗୁଳ୍ମ ଗଛକୁ ପରାଗଣ, ମାଟି ଓ ପାଣିକୁ ଶୁଦ୍ଧ କରିବା, କାଦୁଅକୁ ରସାୟନ ରୂପେ ବ୍ୟବହାର କରିବା ଓ କୀଟ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ୨.୫ ପ୍ରତିଶତ ହ୍ରାସ ପାଉଛି । ବୈଜ୍ଞାନିକମାନେ ଏହାର କାରଣ ଜଳବାୟୁରେ ପରିବର୍ତ୍ତନ ଓ ସହରୀକରଣ ବୋଲି ଦର୍ଶାଇଛନ୍ତି । ସେହିଭଳି ଅଧିକ କୀଟନାଶକର ବ୍ୟବହାର ମଧ୍ୟ ଏହାର ଏକ କାରଣ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।
Comments are closed.