ନୀତିଶଙ୍କ କ୍ୟାବିନେଟ୍‌ରେ ୭୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା

ପାଟନା: ନୂଆ କରି ବିହାରରେ ସରକାର ଗଠନ କରିଥିବା ନୀତିଶ କୁମାରଙ୍କ କ୍ୟାବିନେଟରେ ଥିବା ୩୨ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମନ୍ତ୍ରିମଣ୍ଡଳର ୭୨% ମନ୍ତ୍ରୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ସେହିପରି ବିହାରର ଆଇନ କାର୍ତ୍ତିକେୟ ସିଂହଙ୍କ ନାଁରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି ।

 ନୀତିଶଙ୍କ କ୍ୟାବିନେଟ୍‌ରେ ୭୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା

ମଙ୍ଗଳବାର ନୀତିଶ କୁମାର ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ । ମୋଟ ୩୧ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ହେଲେ ଏହାର ଦିନକ ପରେ ଖୋଦ ରାଜ୍ୟର ଆଇନ ମନ୍ତ୍ରୀଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଖବର ପ୍ରକାଶ ପାଇଛି । ଅଗଷ୍ଟ ୧୬ରେ ଆରଜେଡି ନେତା ଶ୍ରୀ ସିଂହ ଦାନାପୁର କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା ।
ତାଙ୍କ ନାଁରେ ଗୋଟିଏ ଅପହରଣ ମାମଲା ଥିବାରୁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେ ହାଜର ହେବା ପରିବର୍ତ୍ତେ ବିହାରର ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏଥିପାଇଁ ତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି ।

ଅନ୍ୟପକ୍ଷରେ ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମ(ଏଡିଆର)ର ରିପୋର୍ଟ ଅନୁସାରେ ବିହାରରେ ନୂଆ କରି ମନ୍ତ୍ରୀ ହୋଇଥିବା ପ୍ରାୟ ୭୦%ରୁ ଅଧିକ ସଦସ୍ୟଙ୍କ ନାଁରେ ଅପରାଧିକ ମାମଲା ରହିଛି । ବିହାରର କ୍ୟାବିନେଟରେ ଥିବା ୩୩ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଥିବା ଅପରାଧିକ ମାମଲାର ବିଶ୍ଲେଷଣ କରାଯାଇଥିଲା ।

 ନୀତିଶଙ୍କ କ୍ୟାବିନେଟ୍‌ରେ ୭୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା

ଏମାନଙ୍କ ମଧ୍ୟରୁ ୨୭ ଜଣ ଅର୍ଥାତ ୭୨% ସଦସ୍ୟ ନିଜ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ରଖିଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣ ବା ୫୩% ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ସରକାରରେ ଆରଜେଡିର ୧୭ ଜଣ ନେତା ମନ୍ତ୍ରୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ ବା ୮୮%ଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ୧୧ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।

ଅନ୍ୟପକ୍ଷରେ ଜେଡିୟୁରୁ ମନ୍ତ୍ରୀ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । କ୍ୟାବିନେଟରେ କଂଗ୍ରେସର ୨ ଜଣ ସଦସ୍ୟ ଥିବା ବେଳେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରହିଛି ।

Govt

Comments are closed.