ପାଣିରେ ପ୍ରସ୍ତୁତ ବଟରସ୍ପ୍ରେ

ଆଧୁନିକ ଜୀବନଶୈଳୀରେ ଆମେ ଅଧିକ ଫ୍ୟାଟ ଓ କ୍ୟାଲୋରୀଯୁକ୍ତ ଖାଦ୍ୟପେୟ କାରଣରୁ ବିଭିନ୍ନ ରୋଗର ଶିକାର ହେଉଛୁ । ଏହାକୁ ରୋକିବା ପାଇଁ ଫୁଡ୍‌ ସାଇଣ୍ଟିଷ୍ଟମାନେ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ଦିଗରେ ଗବେଷଣା ଜାରି ରଖିଛନ୍ତି । ବଟର ଏପରି ଏକ ଫୁଡ୍‌ ଆଇଟମ୍‌ ଯାହା ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ବେଳେ ଆମକୁ ଅଧିକ ଫ୍ୟାଟ ଓ କ୍ୟାଲୋରୀ ଦେଇଥାଏ । ଫଳରେ ଆମେ ଖୁବ ଶୀଘ୍ର ମୋଟାପାର ଶିକାର ହୋଇଥାଉ । ଏହି କ୍ରମରେ ଏବେ ଆମେରିକାର କର୍ଣ୍ଣେଲ ୟୁନିଭରସିଟିର ଫୁଡ୍‌ ସାଇଣ୍ଟିଷ୍ଟମାନେ କମ୍‌ କ୍ୟାଲୋରୀ ବିଶିଷ୍ଟ ଏପରି ଏକ ବଟର ସ୍ପ୍ରେଡ୍‌ ପ୍ରସ୍ତୁତ କରିଛନ୍ତି ଯାହା ପ୍ରାୟତଃ ପାଣିରେ ପ୍ରସ୍ତୁତ ହୋଇଛି ।

ପାଣିରେ ପ୍ରସ୍ତୁତ ବଟରସ୍ପ୍ରେ

ଏହି ଲୋ କ୍ୟାଲୋରୀବାଲା ବଟରସ୍ପ୍ରେଡର ଏକ ଟେବଲ ସ୍ପୁନରେ ମାତ୍ର ୨.୮ ଗ୍ରାମ ଫ୍ୟାଟ, ୨୫.୨ କ୍ୟାଲୋରୀ ରହିଥିବା ବେଳେ ଓ ଲହୁଣୀରେ ୮୪ ପ୍ରତିଶତ ଫ୍ୟାଟ ଓ ୧୬ ପ୍ରତିଶତ ପାଣି ରହିଥାଏ । ଏକ ଚାମଚ ଲହୁଣୀରେ ୧୧ ଗ୍ରାମ ଫ୍ୟାଟ ୧୦୦ କ୍ୟାଲୋରୀ ରହିଥାଏ ।

ପାଣିରେ ପ୍ରସ୍ତୁତ ବଟରସ୍ପ୍ରେ

ଏହି ସ୍ପ୍ରେଡ୍‌ ପ୍ରସ୍ତୁତ କରିବା ପାଇଁ ଅଧିକ ପାଣି, ଅଳ୍ପ କେଇ ବୁନ୍ଦା ବନସ୍ପତି ତେଲ ଓ ଲହୁଣୀକୁ ଏକ ନୂଆ କୌଶଳରେ ବହୁ ସମୟ ପର୍ଯ୍ୟନ୍ତ ଫେଣ୍ଟା ଯାଇଥାଏ ଲଗାତର ଫେଣ୍ଟିବା ଦ୍ୱାରା ଏହା ଗାଢ ହୋଇ ଯାଇଥାଏ ଓ ମଲାଇ କାରଣରୁ ଏଥିରେ ଲହୁଣୀର ସ୍ୱାଦ ଆସି ଯାଇଥାଏ । ଏଥିରେ ଅଧିକାଂଶ ଭାଗ ପାଣି ହୋଇଥିବାରୁ ଲହୁଣୀ ତୁଳନାରେ ଏକ ଚତୁର୍ଥାଂଶ କ୍ୟାଲୋରୀ ଉପଲବ୍ଧ ହୋଇଥାଏ ।

Comments are closed.