ନୂଆଦିଲ୍ଲୀ : ଚଳିତ ମାସ ୨୭ରୁ ଦୁବାଇରେ ଏସିଆ କପ୍ ଟି-୨୦ କ୍ରିକେଟ୍ ଆରମ୍ଭ ହେବାକୁଯାଉଛି । ଏହି ପ୍ରତିଯୋଗିତା ସେପେଫମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ୨୮ ତାରିଖରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ତେବେ ଏସିଆ କପ ଆରମ୍ଭ ହେବା ପୂର୍ବରୁ ରୋହିତ ସେନା ଫିଟନେସ ଟେଷ୍ଟର ସମ୍ମୁଖୀନ ହେବ । ଜାତୀୟ କ୍ରିକେଟ୍ ଏକାଡେମୀ (ବେଙ୍ଗାଲୁରୁ) ଜାତୀୟ କ୍ରିକେଟ୍ ଏକାଡେମୀର ଫିଟ୍ନେସ ଟେଷ୍ଟ ନିଆଯିବ । ତେଣୁ ଆଗାମୀ ୧୮ ତାରିଖରେ ଏନ୍ସିଏ ସେଣ୍ଟରରେ ଖେଳାଳି ପହଞ୍ଚିବେ । ଫିଟ୍ନେସ ଟେଷ୍ଟ ଶେଷ ହେବା ପରେ ୨୦ ତାରିଖରେ ଭାରତୀୟ ଖେଳାଳି ଦୁବାଇ ଯିବେ । ଦୁବାଇ ପହଞ୍ଚିବା ପରେ ଭାରତୀୟ ଖେଳାଳିଙ୍କ ୩ ଦିନିଆ ପ୍ରଶିକ୍ଷଣ ଶିବିର ହେବ ।
ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କାରେ ଆୟୋଜନ ହେବାର ଥିଲା । ତେବେ ଆର୍ଥିକ ସଂକଟ ଚାଲିଥିବାରୁ ଏସିଆ କପ୍ ପ୍ରତିଯୋଗିତା ୟୁଏସ୍କୁ ସ୍ଥାନାନ୍ତର କରାଗଲା । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହି ପ୍ରତିଯୋଗିତାକୁ ଆୟୋଜନ କରିବ । ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏହି ପ୍ରତିଯୋଗିତାରେ ଭାରତ ସମେତ ୬ଟି ଦଳ ଅଂଶଗ୍ରହଣ କରିବ । ଭାରତ-ପାକିସ୍ତାନ ଏବଂ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଜିତିଥିବା ଦଳ ଗ୍ରୁପ୍ ଏ’ରେ ସ୍ଥାନ ପାଇଛନ୍ତି । ସେହିଭଳି ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଗ୍ରୁପ୍ ବି’ରେ ରହିଛନ୍ତି । ସବୁ ମ୍ୟାଚ ସ୍ଥାନୀୟ ସମୟ ୬ଟାରେ ଆରମ୍ଭ ହେବ ।
ଜିମ୍ବାେୱ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବା ପରେ ଆଭେଶ ଖାନ୍ ଓ ଦୀପକ ହୁଦା ସିଧାସଳଖ ଦୁବାଇ ଯାତ୍ରା କରିବେ । ଦୁହେଁ ଫିଟ୍ନେସ୍ ଟେଷ୍ଟ ଓ ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ ନାହିଁ । ୧୫ ଜଣିଆ ଦଳକୁ ଲୋକେଶ ରାହୁଲ ଓ ବିରାଟ କୋହଲି ଫେରିଛନ୍ତି । ତେବେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏସିଆ କପ୍ ଖେଳିବେ ନାହିଁ । ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚ୍ରେ ଦମ୍ଦାର ଫର୍ମରେ ଥିଲେ । ତେଣୁ ତାଙ୍କୁ ଅନୁପସ୍ଥିତିକୁ ଦଳରେ ପ୍ରଦର୍ଶନକୁ ପ୍ରଭାବିତ କରିପାରେ । ବୁମରାଙ୍କ ବ୍ୟତୀତ ହର୍ସାଲ ପଟେଲ ମଧ୍ୟ ଦଳରେ ନାହାନ୍ତି । ଦୀପକ ଚହର, ଶ୍ରେୟାସ ଆୟର ଓ ଅକ୍ଷର ପଟେଲ ଷ୍ଟାଣ୍ଡବାଏରେ ଅଛନ୍ତି ।
ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆଭେସ ଖାନ୍ ।

Comments are closed.