ଅର୍ଜୁନ ତେନ୍ଦୁଲକରଙ୍କୁ ଏନ୍‌ଓସି: ଗୋଆ ପକ୍ଷରୁ ଖେଳିବେ ଘରୋଇ ସିଜନ୍‌

ଦିଲ୍ଲୀ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ଛାଡିଛନ୍ତି । ତାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ୍‌ ଏନ୍‌ଓସି ଦେଇଛି । ଆଗାମୀ ଘରୋଇ ସିଜନ୍‌ରେ ସେ ଗୋଆ ପକ୍ଷରୁ ଖେଳ ଜୀବନ ଆରମ୍ଭ କରିଥିଲେ । ୨୨ ବର୍ଷୀୟ ବାମହାତି ଦ୍ରୁତ ବୋଲର ଅର୍ଜୁନ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ।

ଅର୍ଜୁନ ତେନ୍ଦୁଲକରଙ୍କୁ ଏନ୍‌ଓସି: ଗୋଆ ପକ୍ଷରୁ ଖେଳିବେ ଘରୋଇ ସିଜନ୍‌

ସେ ୨୦୨୦-୨୧ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ ଖେଳିଥିଲେ । ଅଧିକରୁ ଅଧିକ ମ୍ୟାଚ ଖେଳି କ୍ୟାରିୟରକୁ ଶାଣୀତ ଓ ମାର୍ଜିତ କରିବା ପାଇଁ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଆ ପକ୍ଷରୁ ଖେଳିବେ ଅର୍ଜୁନଙ୍କୁ ଅଧିକ ସୁଯୋଗ ମିଳିବ । ସମ୍ଭବତଃ ସେ କିଛି ବର୍ଷର ପ୍ରୟାସ ପରେ ଜାତୀୟ ଦଳରେ ସ୍ଥାନ ହାସଲ କରିପାରିବେ ବୋଲି ଲକ୍ଷ୍ୟ ରଖି ଏହି ପଦକ୍ଷେପ ନେଇଛନ୍ତି ।
ଅର୍ଜୁନ ତେନ୍ଦୁଲକରଙ୍କୁ ଏନ୍‌ଓସି: ଗୋଆ ପକ୍ଷରୁ ଖେଳିବେ ଘରୋଇ ସିଜନ୍‌

ଅର୍ଜୁନ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ସହ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଅର୍ଜୁନ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଇଂଲଣ୍ଡରେ ଅଛନ୍ତି । ତାଙ୍କ ବ୍ୟତୀତ କୁମାର କାର୍ତ୍ତିକେୟ, ଅନମୋଲପ୍ରୀତ ସିଂ, ରମଣଦୀପ ସିଂ, ଦେୱାଲï ଗ୍ରେଭିସ ପ୍ରମୁଖ ଇଂଲଣ୍ଡର ଘରୋଇ କ୍ଲବ୍‌ ଗୁଡିକ ବିପକ୍ଷରେ ମ୍ୟାଚ ଖେଳୁଛନ୍ତି । ଗୋଆ କ୍ରିକେଟ୍‌ ଆସୋସିଏସନ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ନେଇ ଜୁନିୟର ତେନ୍ଦୁଲକର ଖୁବ୍‌ ଶୀଘ୍ର ଗୋଆ ଦଳରେ ସ୍ଥାନ ପାଇବେ । ଜଣେ ବାମହାତି ଦ୍ରୁତ ବୋଲରଙ୍କ ଆବଶ୍ୟକତା ରହିଛି । ଜୁନିୟର ତେନ୍ଦୁଲକରଙ୍କ ଭୂମିକା ଗୋଆ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

Govt

Comments are closed.