କଲମ୍ବୋ: ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦେନା ଆଜି ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଏହାସହିତ ଶ୍ରୀଲଙ୍କା କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥପାଠ ଗ୍ରହଣ କରିଛନ୍ତି । ‘ପୋଦୁଜନ ପେରମୁନା’ ଦଳର ପୁରୁଖା ନେତା ଦିନେଶ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରି ପ୍ରଧାମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିଛନ୍ତି ।
୭୩ ବର୍ଷିୟ ଦିନେଶ ଗୁଣବର୍ଦେନା ପୂର୍ବରୁ ବୈଦେଶିକ ଏବଂ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏପ୍ରିଲ୍ ମାସରେ ତାଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ।
ତେବେ ଆଜି ଦେଶର ଆର୍ଥିକ ସଙ୍କଟର ମୁକାବିଲା ନିମନ୍ତେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ରୁ ସହାୟତା ଲୋଡ଼ିବା ସହିତ ରାଷ୍ଟ୍ରପତି ବିକ୍ରମସିଂଘେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।
ସୂଚନା ଥାଉଯେ, ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଏବଂ ଦେଶରୁ ପଳାୟନ କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମସଂଘେ ଶ୍ରୀଲଙ୍କାରେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସାଂସଦଙ୍କ ୧୩୪ ଭୋଟ୍ ପାଇ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ସେ ୬ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି ।
Comments are closed.