ଚୀନଠାରୁ ମାଗୁଛୁ ସ୍ୱାୟତ୍ତତା: ଦଲାଇଲାମା

ନୂଆଦିଲ୍ଲୀ : ତି³ତୀୟ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇ ଲାମା କହିଛନ୍ତି ଯେ ଚୀନଠାରୁ ତି³ତ ସ୍ୱାଧୀନତା ଚାହୁଁନାହିଁ, ବରଂ ସ୍ୱାୟତ୍ତତା ଚାହୁଁଛି । ଏହା ସହିତ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛି । ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଦଲାଇଲାମା କହିଛନ୍ତି ଯେ ଚୀନର ଲୋକେ ଜାଣି ସାରିଲେଣି ଯେ ସେ ତି³ତକୁ ଚୀନଠାରୁ ମୁକ୍ତ କରିବାକୁ ଚାହୁଁନାହାନ୍ତି, ବରଂ ତି³ତ ପାଇଁ କିଛି ଅର୍ଥପୂର୍ଣ୍ଣ ସ୍ୱାୟତ୍ତତା ଓ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛନ୍ତି । କିଛିଦିନ ପୂର୍ବେ ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଥିଲେ ଯେ ଦଲାଇଲାମା ହେଉଛନ୍ତି ଜଣେ ବିଚ୍ଛିନ୍ନତାବାଦୀ ନେତା । ଏହାର ଜବାବରେ ଦଲାଇଲାମା ଏହା କହିଛନ୍ତି ।

ଚଳିତ ମାସ ୭ ତାରିଖରେ ନିଜର ୮୭ ତମ ଜନ୍ମଦିନ ଅବସରରେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅନୁଷ୍ଠିତ ଏକ ସମାରୋହରେ ଦଲାଇଲାମା କହିଥିଲେ ଯେ ତି³ତ ସମସ୍ୟା କେବଳ ଏକ ରାଜନୈତିକ ସମସ୍ୟା ନୁହେଁ, ଏହା ସତ୍ୟର ଲଢେଇ ଏବଂ ସତ୍ୟ ତି³ତୀୟଙ୍କ ନିକଟରେ ରହିଛି । ସୂଚନାଯୋଗ୍ୟ ଯେ ଦଲାଇ ଲାମାଙ୍କ ଦ୍ୱାରା ପ୍ରଶାସିତ ତି³ତକୁ ଚୀନ ବଳପୂର୍ବକ ଅଧିକାର କରିନେବା ପରେ ୧୯୫୯ରେ ସେ ଭାରତ ପଳାଇଆସିଥିଲେ । ଭାରତ ସରକାର ତାଙ୍କୁ ଆଶ୍ରୟ ଦେବା ପରେ ଧର୍ମଶାଳାଠାରେ ତାଙ୍କ ନେତୃତ୍ୱରେ ଏକ ପ୍ରବାସୀ ତି³ତୀୟ ସରକାର ସ୍ଥାପନ କରାଯାଇଛି । ତେବେ ଚୀନ ତାଙ୍କୁ ଏକ ନମ୍ବର ଶତ୍ରୁ ଭାବେ ଦେଖୁଛି ।

Govt

Comments are closed.