ଅବସର ନେଲେ ରୋଜର ଫେଡେର

ଜୁରିକ୍‌ : ଟେନିସ୍‌ କୋର୍ଟକୁ ସ୍ୱିଜରଲାଣ୍ଡର ମହାନ କ୍ରୀଡ଼ା ତାରକା ରୋଜର ଫେଡେରରଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକ ଚାହିଁ ବସିଛନ୍ତି । ହେଲେ ଏହି ସମୟରେ ସେ ଅବସର ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଲଗାତାର ଆଘାତ ଜନିତ ସମସ୍ୟା ଦେଇ ଗତି କରୁଥିବା ଫେଡେରର ଏକ ସାକ୍ଷାତକାରରେ ଅବସର ନେବା କଥା କହିଛନ୍ତି ।

ପ୍ରଥମଥର ଲାଗି ନିଜ ଭବିଷ୍ୟତ ବିଷୟରେ ସୂଚନା ଦେବାକୁ ଯାଇ ୨୦ ଗ୍ରାଣ୍ଡସ୍ଲାମ୍‌ ବିଜେତା ଫେଡେରର ଏହି ଅବସରରେ କହିଛନ୍ତି ଯେ- ମୁଁ ସବୁବେଳେ ଜିତିବାକୁ ଭଲପାଏ । ହେଲେ ଯେତେବେଳେ ଜଣଙ୍କ ପାଖରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସାମର୍ଥ୍ୟ ନଥାଏ, ସେତେବେଳେ ସେ ନିଜ କ୍ରୀଡ଼ାଜୀବନରେ ପୂର୍ଣ୍ଣଛେଦ ଟାଣିନେବା ଶ୍ରେୟସ୍କର । ମୁଁ ଭାବୁନି ଯେ ଖୁସି ହେବା ଲାଗି ମୋତେ ଆଉ ଟେନିସ୍‌ର ଆବଶ୍ୟକତା ରହିଛି । ଛୋଟ ଛୋଟ କଥା ମୋତେ ଅଧିକ ଖୁସି ଦେଉଛି । ଯେତେବେଳେ ମୋ ପୁଅ କୌଣସି ଜିନିଷକୁ ଠିକ୍‌ ଭାବେ କରିଥାଏ କିମ୍ବା ମୋ ଝିଅ ଭଲ ଗ୍ରେଡ୍‌ ନେଇ ଘରକୁ ଆସିଥାଏ, ସେତେବେଳେ ବରଂ ମୋତେ ଅଧିକ ଖୁସି ମିଳୁଛି । ଟେନିସ୍‌ ମୋ ଜୀବନର ଏକ ଅଂଶ ।

ଅବସର ନେଲେ ରୋଜର ଫେଡେର

ହେଲେ ମୋର ସଂପୂର୍ଣ୍ଣ ଜୀବନ ନୁହେଁ । ମୁଁ ଜାଣିଛି ପେସାଦାର ଜୀବନ ଚିରସ୍ଥାୟୀ ନୁହେଁ । ମୋ ପାଇଁ ୱିମ୍ବଲଡନ୍‌ ଖେଳି ନପାରିବା ଏକ ଅଜବ ଘଟଣା । ଏହି ପ୍ରତିଯୋଗିତାକୁ ଟେଲିଭିଜନରେ ଦେଖିଲା ବେଳେ ମୋର ଅନେକ ପୁରୁଣା କଥା ମନେ ପଡ଼ିଯାଇଥିଲା । ଅବଶ୍ୟ ଟେନିସ୍‌କୁ ମୁଁ ଝୁରୁନି ବୋଲି କହି ପାରିବି ନାହିଁ । ତେବେ ଏତେଦିନ ଏହି ମହାନ ଖେଳ ଖେଳିବା ପରେ ସମ୍ଭବତଃ ଏବେ ଯାତ୍ରା ଶେଷ କରିବାର ସମୟ ଆସିଯାଇଛି ।

ସୂଚନାଯୋଗ୍ୟ ଯେ ୧୯୯୮ ମସିହା ପରେ ପ୍ରଥମଥର ପାଇଁ ଫେଡେରର୍‌ ଚଳିତବର୍ଷର ୱିମ୍ବଲଡନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ୍ରେ ଅନୁପସ୍ଥିତ ଥିଲେ ।

Govt

Comments are closed.