ତେନ୍ତୁଳି କରିବ ଡ଼ାଇବେଟିସ୍‍ର ଉପଚାର

ସମୟ ଲାଇଭ୍‍,୮/୧୧: ତେନ୍ତୁଳିର ସ୍ୱାଦ ଯେତିକି ଖଟା ତା’ର ଉପକାରିତା ସେତେ ଅଧିକ। ତେନ୍ତୁଳି ତ ଆମେ ସମସ୍ତେ ଖାଇଅଛୁ କିନ୍ତୁ ଆଜି ଆସନ୍ତୁ ତା’ର ଉପକାରିତା ବିଷୟରେ ଜାଣିବା।
୧. ତେନ୍ତୁଳିରେ ପର୍ୟ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ଫାଇବର୍‍ ରହିଥାଏ। ଏହା ଆମ ଶରୀରରେ ଥିବା କୋଲେଷ୍ଟରଲକୁ କମାଇବାରେ ସହାୟକ ହୋଇଥାଏ।

୨. ତେନ୍ତୁଳି ମୋଟାପଣରୁ ମଧ୍ୟ ରକ୍ଷା କରିଥାଏ। ଏଥରେ ହାଇଡ଼୍ରୋକର୍‍ଟିକ୍‍ ଏସିଡ଼୍‍ ରହିଥାଏ ଯାହାକି ଆମ ଶରୀରରେ ଥିବା ଚର୍ବିକୁ ତରଳେଇବାରେ ସାହାଯ୍ୟ କରିଥାଏ। ଏହା ଆମକୁ ଅତ୍ୟଧିକ ଶୋଇବାରୁ ମଧ୍ୟ ବର୍ତ୍ତେଇଥାଏ ଯାହାଫଳରେ ଆମ ଶରୀରରେ ଚର୍ବି ଜମାହୋଇପାରେ ନାହିଁ।

୩. ତେନ୍ତୁଳି ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ରକ୍ତ ଶର୍କରା ବଢ଼ିବା ଓ କମିବା ର ମୁଖ୍ୟ କାରଣ ହେଉଛି ଶ୍ୱେତସାର। ତେଣୁ ଏହା ଆମ ଶରୀରରେ ହେଉଥିବା ଶ୍ୱେତସାରର ଅବଶୋଷଣକୁ ବନ୍ଦ କରିଦେଇଥାଏ। ପ୍ରତିଦିନ ଏକ ଗ୍ଲାସ୍‍ ତେନ୍ତୁଳି ରସ ପିଇଲେ ଡ଼ାଇବେଟିସ୍‍ର ମୂଳୋତ୍ପାଟନ ହୋଇପାରିବ।

୪. ଯଦି କାହାକୁ କଙ୍କଡ଼ାବିଛା ଦଂଶନ କରିଥାଏ ତେବେ କଙ୍କଡ଼ାବିଛା ଦଂଶିଥିବା ସ୍ଥାନରେ ତେନ୍ତୁଳିକୁ ଦୁଇ ଫାଳ କରି ଲଗାଇଲେ ଉପଶମ ମିଳିଥାଏ।

Launching Ceremony of “AYUSHMAN BHARAT

Comments are closed.