ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ସ୍କୁଲ୍‌ ବନ୍ଦ

କଲମ୍ବୋ: ଜୁଲାଇ ୦: ଅଭୂତପୂର୍ବ ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ ଆଜିଠାରୁ ସମସ୍ତ ସରାକରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲଗୁଡ଼ିକ ପାଇଁ ୧ ସପ୍ତାହ ଛୁଟି ଘୋଷଣା କରିଛି ବୋଲି ଡେଲି ମିରର୍‌ ରିପୋର୍ଟ କରିଛି । ଛୁଟି ଯୋଗୁଁ ପଢା ହୋଇ ପାରୁ ନଥିବା ପାଠ୍ୟକ୍ରମ ଅନ୍ତର୍ଗତ ବିଷୟ ସବୁ ପରବର୍ତ୍ତୀ ଭେକେସନ୍‌ ସମୟରେ ସ୍କୁଲରେ ପଢାଯିବ ବୋଲି ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ କହିଛନ୍ତି । ଦୀର୍ଘ ସମୟ ବିଜୁଳି କାଟ ଯୋଗୁଁ କଲମ୍ବୋ ନଗରୀ ଅନ୍ତର୍ଗତ ତଥା ଅନ୍ୟାନ୍ୟ ପ୍ରଦେଶରେ ଥିବା ମୁଖ୍ୟ ନଗରୀଗୁଡ଼ିକରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲ୍‌ ସବୁ ଆଗାମୀ ସପ୍ତାହରେ ବନ୍ଦ ରହିବ । ଅନଲାଇନ୍‌ କ୍ଲାସ୍‌ କରାଇବା ଲାଗି ଶ୍ରୀଲଙ୍କା ଶିକ୍ଷାମନ୍ତ୍ରାଳୟର ସଚିବ ନିହାଲ୍‌ ରଣସିଂଘେ ସ୍କୁଲ୍ମାନଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ର, ଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ଯାନବାହନରେ ଯାତାୟାତ କରିବାରେ ଅସୁବିଧା ହେଉ ନ ଥିବା ଡିଭିଜନାଲ ସ୍ତରୀୟ ଅଞ୍ଚଳରେ ସ୍ୱଳ୍ପ ସଂଖ୍ୟକ ଶିକ୍ଷାର୍ଥୀଙ୍କୁ ନେଇ ସ୍କୁଲରେ କ୍ଲାସ୍‌ କରାଯାଇପାରିବ । ସେ ପୁଣି ମଧ୍ୟ ଘୋଷଣା କରିଛନ୍ତି ଯେ, ସପ୍ତାହକଯାକ ଅନଲାଇନ୍‌ ଶିକ୍ଷାଦାନରେ ସୁବିଧା ହେବା ନିମନ୍ତେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଜୁଳି କାଟ ହେବନାହିଁ ବୋଲି ପବ୍ଲିକ୍‌ ୟୁଟିଲିଟିଜ୍‌ କମିସନ୍‌ ଅଫ୍‌ ଶ୍ରୀଲଙ୍କା ରାଜି ହୋଇଛି । ପୂର୍ବରୁ ଜୁନ୍‌ ୧୮ ତାରିଖରେ ମଧ୍ୟ ଶ୍ରୀଲଙ୍କା ସରକାର ଏକ ସପ୍ତାହ ନିମନ୍ତେ ସ୍କୁଲ୍‌ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ ।

Launching Ceremony of “AYUSHMAN BHARAT

Comments are closed.