ନୂଆଦିଲ୍ଲୀ: ଜୁନ ୨୯: ରିଲାଏନ୍ସ ଜିଓରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍ ହେଲେ ପୁଅ ଆକାଶ ଅମ୍ବାନୀ । ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏବେ ଆକାଶ ରିଲାଏନ୍ସ ଜିଓର ଚେୟାରମ୍ୟାନ ଓ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ । ଜୁନ ୨୭ ତାରିଖଠାରୁ ମୁକେଶଙ୍କ ଇସ୍ତଫା କାର୍ଯ୍ୟକାରୀ ହୋଇଛି । ବୋର୍ଡ ପକ୍ଷରୁ ପଙ୍କଜ ମୋହନ ପାୱାରଙ୍କୁ ରିଲାଏନ୍ସ ଜିଓର ମ୍ୟାନେଜିଂ ଡାଇରେକଫର ଭାବେ ନିଯୁକ୍ତି ଦିଆଯାଇଛି । ପଙ୍କଜ ଜୁନ ୨୭ ତାରିଖଠାରୁ ପାଞ୍ଚ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୋମବାର ରିଲାଏନ୍ସ ଜିଓର ବୋର୍ଡ ଅଫ ଡିରେକଫର୍ସ ବୈଠକରେ ନୂଆ ନିଯୁକ୍ତି ଉପରେ ମୋହର ବାଜିଛି । ସୂଚନାଯୋଗ୍ୟ, ଟ୍ରାଇର ତଥ୍ୟ ଅନୁସାରେ ଏପ୍ରିଲ ମାସରେ ରିଲାଏନ୍ସ ଜିଓ ସହ ଆଉ ୧୬.୮ ଲକ୍ଷ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏହି ସମୟରେ ଏୟାରଟେଲ ସହ ମାତ୍ର ୮.୧ ଲକ୍ଷ ଲୋକ ଯୋଡ଼ି ହୋଇଥିଲେ । ଦିନକୁ ଦିନ ରିଲାଏନ୍ସ ଜିଓ ତୁଳନାରେ ଏୟାରଟେଲର ଲୋକପ୍ରିୟତା ମଧ୍ୟ ହ ୍ରାସ ପାଉଥିବା ରିପୋର୍ଟ ପ୍ରକାଶ ପାଇଛି ।

Comments are closed.