ସାମଗ୍ରୀ – ୪ଟି ହାଡ଼ ନଥିବା ମାଂସ, ୨ ଚାମଚ ଦହି, ଏକ ଚାମଚ ଲଙ୍କାଗୁଣ୍ଡ, ଗୋଲ ଆକାରରେ କଟା ହୋଇଥିବା ଗୋଟିଏ ପିଆଜ ଓ ଗୋଟିଏ କାକୁଡ଼ି, ଏକ ଚାମଚ ଲେମ୍ବୁରସ, ଏକ କପ୍ ମଇଦା, ୨ଟି ଅଣ୍ଡା, ଏକ କପ୍ ପାଉଁରୁଟି ଗୁଣ୍ଡ ଏବଂ ତେଲ ।
ପ୍ରଣାଳୀ- ପ୍ରଥମେ ମାଂସକୁ ଦହି, ଲଙ୍କାଗୁଣ୍ଡ, ଲୁଣ ପକାଇ ମ୍ୟାରିନେଟ୍ କରି ୨ଘଣ୍ଟା ଫ୍ରିଜ୍ରେ ରଖନ୍ତୁ । ତେବେ ଏହାକୁ ଛାଣିବା ପୂର୍ବରୁ ପାଖାପାଖି ୧୫ ମିନିଟ୍ ପୂର୍ବରୁ ଫ୍ରିଜ୍ରୁ କାଢି ବାହାରେ ରଖନ୍ତୁ । ଅନ୍ୟପଟେ ଏକ ପାତ୍ରରେ କାକଡ଼ି, ପିଆଜ, ଲୁଣ ଓ ଲେମ୍ବୁ ରସକୁ ଗୋଳାଇ ଘୋଡ଼ାଇ ଅଲଗା ରଖିନିଅନ୍ତୁ । ଆଉ ଏକ ପ୍ଲେଟ୍ରେ ମଇଦାରେ ଅଳ୍ପ ଲୁଣ ପକାଇ ରଖନ୍ତୁ । ସେହିପରି ଅନ୍ୟ ଏକ ପାତ୍ରରେ ଅଣ୍ଡାରେ ଲୁଣ ପକାଇ ଭଲ ଭାବରେ ମିଶ୍ରଣ କରନ୍ତୁ । ପୁଣି ଏକ ପ୍ଲେଟ୍ରେ ପାଉଁରୁଟି ଗୁଣ୍ଡରେ ଅଳ୍ପ ଲୁଣ ମିଶାଇ ଅଲଗା ରଖନ୍ତୁ । ଏହାପରେ ମ୍ୟାରିନେଟେଡ୍ ଚିକେନ୍ ଖଣ୍ଡକୁ ପ୍ରଥମେ ମଇଦା, ପରେ ଅଣ୍ଡା ମିଶ୍ରଣ ଏବଂ ଶେଷରେ ପାଉଁରୁଟି ଗୁଣ୍ଡ ଲଗାଇ ଛାଣନ୍ତୁ । ଚିକେନକୁ ଡିପ୍ ଫ୍ରାଏ କରିବେ । ଏହାପରେ ସାଣ୍ଡୱିଚ୍ କରିବା ପାଇଁ ପ୍ୟାନ୍ରେ କିଛି ବଟର ଲଗାନ୍ତୁ ଓ ବ୍ରେଡ୍କୁ ସେକି ନିଅନ୍ତୁ । ବ୍ରେଡକୁ ସେକିବା ପରେ ଏଥିରେ କିଛି ସସ୍ ଲଗାନ୍ତୁ ତାଉପରେ ଫ୍ରାଏଡ୍ ଚିକେନ୍କୁ ରଖନ୍ତୁ । ଏହା ଉପରେ କିଛି ଚଟଣି କିମ୍ବା ସସ୍ ଲଗାଇପାରିବେ । ଶେଷରେ ପୂର୍ବ ପ୍ରସ୍ତୁତ ପିଆଜ ଓ କାକୁଡି ଦେଇ ଚିକେନ୍ କଟଲେଟ୍ ସାଣ୍ଡୱିଚ୍କୁ ସର୍ଭ କରନ୍ତୁ ।

Comments are closed.