ଦିଲ୍ଲୀ ପହଞ୍ଚିଲେ ଦ.ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ: ଗୁରୁବାର ଦ.ଆଫ୍ରିକା ଖେଳାଳି ନୂଆଦିଲ୍ଲୀ ପହଞ୍ଚିଛନ୍ତି । ଆଗାମୀ ୯ ତାରିଖରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତେଣୁ ଦ.ଆଫ୍ରିକା ଦଳର ସମସ୍ତ ଖେଳାଳି ନୂଆଦିଲ୍ଲୀରେ ଏକତ୍ରୀତ ହୋଇଛନ୍ତି ।

ଦିଲ୍ଲୀ ପହଞ୍ଚିଲେ ଦ.ଆଫ୍ରିକା ଖେଳାଳି

ଏହି ଶୃଙ୍ଖଳାରେ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ମଙ୍ଗ ଧରିବେ । ୱିକେଟ୍‌ କିପର ବ୍ୟାଟର ରିଷଭ ପନ୍ତ ଉପଅଧିନାୟକ ଅଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଦିନେଶ କାର୍ତ୍ତିକ, କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ସଦ୍ୟ ସମାପ୍ତ ଆଇପିଏଲ୍‌ରେ ଜମାଣିଆ ପ୍ରଦର୍ଶନ ପାଇଁ ଦଳକୁ ଫେରିଛନ୍ତି । ସେହିଭଳି ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ଓ ଅର୍ଶଦୀପ ସିଂଙ୍କୁ ପ୍ରଥମଥର ଜାତୀୟ ଦଳରେ ସ୍ଥାନ ମିଳିଛି ।

ଦିଲ୍ଲୀ ପହଞ୍ଚିଲେ ଦ.ଆଫ୍ରିକା ଖେଳାଳି
ତେମ୍ବା ବଭୁମା

ଦ.ଆଫ୍ରିକା ଦଳର ନେତୃତ୍ୱ ନେବେ ତେମ୍ବା ବଭୁମା । ଶୁକ୍ରବାର ଠାରୁ ଦ.ଆଫ୍ରିକା ଖେଳାଳିଙ୍କ ଅଭ୍ୟାସ ସେସନ ଆରମ୍ଭ ହେବ । ପ୍ରତିଦିନ ସବୁ ଖେଳାଳିଙ୍କ ଆର୍ଟିପିସିଆର୍‌ ଟେଷ୍ଟ କରାଯିବ । ଗତ ଜାନୁଆରୀରେ ଭାରତୀୟ ଦଳ ଦ.ଆଫ୍ରିକା ଗସ୍ତ କରିଥିଲା । ଘରୋଇ ଦଳ ସହ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ କ୍ଲିନ୍‌ସୁଇପ କରିଥିଲା ଭାରତ । ଏପର୍ଯ୍ୟନ୍ତ ଭାରତ ଦ.ଆଫ୍ରିକା ମଧ୍ୟରେ ୧୫ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି । ଏଥିରେ ଭାରତ ୯ଟି ଓ ଦ.ଆଫ୍ରିକା ୬ଟି ମ୍ୟାଚ୍‌ ଜିତିଛି । ପୂର୍ବରୁ ଦିଲ୍ଲୀ ଡିଷ୍ଟ୍ରକଫ କ୍ରିକେଟ୍‌ ଆସୋସିଏସନ୍‌ର ସୂଚନା ମୁତାବକ ଉଭୟ ଭାରତ ଓ ଦ.ଆଫ୍ରିକା ଖେଳାଳିଙ୍କ ଆର୍ଟିପିସିଆର୍‌ ଟେଷ୍ଟ ସବୁଦିନ ହେବ । ବାୟୋ ବବଲ ରହିବ ନାହିଁ ବୋଲି ଘୋଷଣା ହୋଇଥିଲା । ସମସ୍ତ ଭାରତୀୟ ଖେଳାଳି ୫ ତାରିଖ ଦିନ ଦିଲ୍ଲୀରେ ଏକତ୍ରୀତ ହେବେ ।

ଭାରତୀୟ ଦଳ: ଲୋକେଶ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ଈଶାନ କିଷାନ, ଦୀପକ ହୁଦା, ଶ୍ରେୟାସ ଆୟର, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ସାଲ ପଟେଲ, ଆଭେସ ଖାନ୍‌, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ ।
ଦ.ଆଫ୍ରିକା ଦଳ: ତେମ୍ବା ବଭୁମା (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ରେଜା ହେଣ୍ଡ୍ରିକ୍ସ, ହେନରିଚ କ୍ଲାସେନ, କେଶବ ମହାରାଜ, ଆଦିନ ମାକ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନ୍‌ଗିଡି, ଅନରିଚ ନୋର୍ଟେଜ, ଉଏନ ପର୍ନେଲ, ଡେ୍ୱðନ ପ୍ରିଟୋରିୟସ, ତାବରିୟଜ ସାମସି, କ୍ରିଷ୍ଟାନ ଷ୍ଟୁବସ, ରାସି ଭାନଡର ଡୁସେନ ଓ ମାକ୍ରୋ ଜନସନ ।

Govt

Comments are closed.